ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ

March 03, 2019, ଶିକ୍ଷା, , Bhagyaprabha News Bureau
ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ
Bhagyaprabha News Bureau
March 03, 2019

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୫୫୬ଟି ଜୁନିଅର କଲେଜର ୩ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ରାଜ୍ୟରେ ମୋଟ ୧୦୯୧ପରୀକ୍ଷା କେନ୍ଦ୍ର କରାଯାଇଛି। କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଜଣ, ବିଜ୍ଞାନରେ ୯୯ ହଜାର ୧୮ ଜଣ, ବାଣିଜ୍ୟରେ ୨୭,୨୭୮ ଜଣ ଏବଂ ଧନ୍ଦାମୁଳକ ଶିକ୍ଷାରେ ୮୦୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। । ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ କଡ଼ାକଡ଼ି ନିୟମ କରିଛନ୍ତି ସରକାର। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌କୁ ଯିବା କ୍ଷେତ୍ରରେ କେତେକ କଟକଣା ଜାରି କରାଯାଇଛି। ହାତଘଣ୍ଟା ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି।। ୧୦୯୧ ପରୀକ୍ଷା କେନ୍ଦରୁ ୯୩୬ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିସାରିଛି। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। ଯେଉଁଠି ସିସିଟିଭି ଲାଗିନପାରିବ ତାହାକୁ ସମ୍ବେଦନଶୀଳ କେନ୍ଦ୍ର ବୋଲି ଘୋଷଣା କରାଯିବ। ସେହି କେନ୍ଦ୍ରଗୁଡ଼ିକୁ ଅଧିକ ସ୍କ୍ବାଡ୍ ପଠାଇବାକୁ ନିଷ୍ପତ୍ତି ହୋଇଛି।ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୨୦୨ଟି ହବ୍ ହୋଇଥିବାବେଳେ ଏଠାରେ ୨୪ଘଣ୍ଟା ସୁରକ୍ଷା ବ୍ୟବସ୍ଥା ଏବଂ ପୁଲିସ ମୁତୟନ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ଡେଣ୍ଟ କେବଳ ମୋବାଇଲ୍ ବ୍ୟବହାର କରିପାରିବେ।


1551592576.jpg


ସମସ୍ତ ନିରୀକ୍ଷକ କେନ୍ଦ୍ର ସୁପରିନଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍ ସୁଇଚ୍ ଅଫ୍ କରି ଦାଖଲ କରିବେ।
ସୁପରିନଟେଣ୍ଡେଣ୍ଟ୍ ଏହା ନିଶ୍ଚିତ କରିବା ପରେ ନିରୀକ୍ଷକଙ୍କୁ ପରୀକ୍ଷା ହଲ୍କୁ ଛାଡ଼ିବାକୁ କୁହାଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରରେ ଥିବା ଅନ୍ୟ କର୍ମଚାରୀମାନେ ବି କେନ୍ଦ୍ର ସୁପରିନଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ୍ ଦାଖଲ କରିବାକୁ କୁହାଯାଇଛି। କପି ଉପରେ ରୋକ୍ ଲଗାଇବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ, ଜୋନାଲ୍ ଏବଂ ଜିଲ୍ଲାସ୍ତରୀୟ ସ୍କ୍ବାର୍ଡ୍ ଗଠନ ହୋଇଛି।ଏହି ସ୍କ୍ବାଡ୍ ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ଅଚାନକ ଚଢ଼ଉ କରିବେ। ପରୀକ୍ଷା ହବ୍ରୁ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଅଧ୍ୟାପକମାନଙ୍କୁ ବି ସ୍କ୍ବାଡ୍ ଭାବେ ନିୟୋଜିତ କରାଯିବ। ଯଦି କୌଣସି ପରୀକ୍ଷା କେନ୍ଦ୍ରରେ କିଛି ଅନିୟମିତତା ହେଉଥିବା ବା କପି ହେଉଥିବା ସାଧାରଣ ଲୋକ ଜାଣିବେ ତେବେ ତୁରନ୍ତ କାଉନସିଲ୍ର କଣ୍ଟ୍ରୋଲରୁମ୍ ନମ୍ବର ୦୬୭୪-୨୩୦୩୮୦୩ ଏବଂ ୦୬୭୪-୨୩୦୦୦୯୯ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହାସହ ଯଦି କାହାର କିଛି ସମସ୍ୟା ଥିବ ତେବେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ।ସେହିପରି ଛାତ୍ରଛାତ୍ରୀ ପରୀକ୍ଷାରେ କେବଳ କଳା ବଲ୍ ପେନ୍ ବ୍ୟବହାର କରିବାକୁ କୁହାଯାଇଛି। କାଉନସିଲ୍ ଅଧ୍ୟକ୍ଷ କହିଛନ୍ତି ଯେ, ଉତ୍ତର ଖାତା ସ୍କାନ୍ ହେବାକୁ ଥିବାରୁ କଳା ବଲ୍ ପେନ୍ରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସୁପରିନଟେଣ୍ଡେଣ୍ଟମାନେ ଏନେଇ ପରୀକ୍ଷା କେନ୍ଦ୍ରରେ ପୋଷ୍ଟର, ନୋଟିସ୍ ଏବଂ ସାଇନେଜ୍ ଲଗାଇବାକୁ କୁହାଯାଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିମାନେ ହବ୍ ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ପରୀକ୍ଷା ସୁପରିଚାଳନାରେ ସହଯୋଗ କରିବାକୁ କାଉନସିଲ୍ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। କାଉନସିଲ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ +୨ କାଉନସିଲ୍ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି ଯେ, ଚଳିତବର୍ଷ ମାର୍ଚ୍ଚ ୭ରୁ ୩୦ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା +୨ ପରୀକ୍ଷା ଯେପରି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ପରୀକ୍ଷା ସମୟରେ ଯେପରି କୌଣସି ଅଘଟଣ/ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ବହୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନିକିଆ ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ -ବହୁ ପ୍ରତିକ୍ଷୀତ ଜାନିବିଲ ପ୍ରକଳ୍ପ କୁ ଉଦଘାଟନ କଲେ ଉଦଘାଟନ

ଦିନିକିଆ ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ -ବହୁ ପ୍ରତିକ୍ଷୀତ ଜାନିବିଲ ପ୍ରକଳ୍ପ କୁ ଉଦଘାଟନ କଲେ ଉଦଘାଟନ

Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: