ମୁଖ୍ୟମନ୍ତ୍ରୀ କୃଷିଉଦ୍ୟୋଗ ଯୋଜନା ଅନ୍ତର୍ଗତ ବିଭିନ୍ନ ଫାର୍ମ ପରିଦର୍ଶନ କଲେ ଜିଲ୍ଳାପାଳଙ୍କ :-

June 11, 2020, ଓଡ଼ିଶା, ରାୟଗଡ଼ା, Hari Narayan Das
ମୁଖ୍ୟମନ୍ତ୍ରୀ କୃଷିଉଦ୍ୟୋଗ ଯୋଜନା ଅନ୍ତର୍ଗତ ବିଭିନ୍ନ ଫାର୍ମ ପରିଦର୍ଶନ କଲେ ଜିଲ୍ଳାପାଳଙ୍କ :-
Hari Narayan Das
[ Reporter, Rayagada ]
Bhagyaprabha News Bureau
June 11, 2020

ରାୟଗଡ଼ା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଆଜି ମୁନିଗୁଡା ଓ ବିଷମ କଟକ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷିଉଦ୍ୟୋଗ ଯୋଜନା ଅନ୍ତର୍ଗତ ଯୋଜନାରେ ବିଷମ କଟକ ବ୍ଲକର ହାତମୁନିଗୁଡା ସ୍ଥାପିତ ଏକମାତ୍ର ବୃହତ ଲେଓର କୁକୁଡ଼ା ଫାର୍ମ ବୁଲିଦେଖିଥିଲେ ଓ ସଂପୃକ୍ତ ଚାଷୀଙ୍କ ସହିତ ଅଣ୍ଡା ବିପଣନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳା ଗ୍ରାମରେ କରାଯାଇଥିବା ଘୁଷୁରୀ ଫାର୍ମ ବୁଲିଦେଖିଥିଲେ ଓ ସଂପୃକ୍ତ ଚାଷୀଙ୍କ ସହିତ ଆଲୋଚନା କରୁଥିଲେ । ଚାଷୀଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭଗକୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ ।
ସେହିପରି ଉଦ୍ୟାନ ବିଭଗ ଦ୍ଵାରା କରାଯାଇଥିବା ବିଷମ କଟକ ବ୍ଲକର କନ୍ଧବର୍ଡ।ଗୁଡ।ରେ ୨୩ ଏକରରେ ଜାଗାରେ କାଜୁ,କାଠ କନ୍ଦା(Tatioca) ଓ ଆମ୍ବ ଫାର୍ମ ଏକତ୍ରିତ ଭ।ବରେ କରାଯାଇଥିବାର ବୁଲିଦେଖିଲେ। ସେହିପରି ସ୍ଥାନୀୟ କ।ଙ୍କଡିପଡ଼ାରେ ୨୦ ଏକର ଜାଗାରେ ଚାଷ କରାଯାଇଥିବା କଦଳୀ ଚାଷ ଓ ଫାର୍ମ ପୋଣ୍ଡ ବୁଲିଦେଖିଥିଲେ । ଚାଷୀ ମାନଙ୍କ ଏହିଭଲିଆ ଉଦ୍ୟମକୁ ପ୍ରଶଂସା କରିବା ସହ ଚାଷକୁ ଜତ୍ନ ନେବାକୁ ପରାମର୍ଶ ଦେଇଥିଲେ ଓ ଚାଷୀଙ୍କୁ ଉଦ୍ୟମକୁ ପ୍ରଶଂସା କରି ଉତ୍ସାହୀତ କରିଥିଲେ । ଚାଷୀ ମାନଙ୍କୁ ଖତ, ସାର ପ୍ରୟଗ ଓ ପୋକଜକ ନିୟନ୍ତ୍ରଣ ସମ୍ବନ୍ଧରେ ସେବା ଯୋଗାଇବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।
। ଉଦ୍ୟମି ଚାଷୀମାନଙ୍କ ସହିତ ଆଲୋଚନା ବେଳେ ମିଶ୍ରିତ ଚାଷ ଯଥା ଉଭୟ ମାଛ ଚାଷ,ବତକ ପାଳନ , ଗୋପାଳନ ସାଙ୍ଗକୁ ଉଦ୍ୟାନ କୃଷି କାର୍ଯ୍ୟ କରାଯିବାକୁ ଜିଲ୍ଳାପାଳ ଚାଷୀମାନଂକୁ ପରାମର୍ଶ ଦେଇଥିଲେ ।
ଜିଲ୍ଳାପାଳଙ୍କ ପରିଦର୍ଶନ ବେଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାଥ ବିଶ୍ବାଳ ଓ ଉପନିର୍ଦେଶକ ଉଦ୍ୟାନ କୃଷି ଶ୍ରୀ ଜଗନ୍ନାଥ ବିନ୍ଧାଣି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟର ସମସ୍ତ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ବାତିଲ

ରାଜ୍ୟର ସମସ୍ତ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ବାତିଲ

Read More...

ଗଞ୍ଜାମ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: