ଗଞ୍ଜେଇ ସହ ଅଟୋ ଜବତ :4 ଜଣ ଗିରଫ

June 12, 2020, ଅପରାଧ, କନ୍ଧମାଳ, BHAGYAPRABHA NEWS
ଗଞ୍ଜେଇ ସହ ଅଟୋ ଜବତ :4 ଜଣ ଗିରଫ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 12, 2020

କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି l ଶୁକ୍ରବାର ପୁଣି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ସହ ୪ ଜଣକୁ ଗିରଫ କରିଛି ପୋଲିସ l ଏକ ଅଟୋରେ ଫିରିଙ୍ଗିଆ ନିକଟସ୍ଥ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା l ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାଝିପଡା ଛକରେ ଅଟୋକୁ ଜବତ କରିଥିଲେ l ଚଢ଼ୁରେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ। ଗିରଫ ୪ ଜଣ ଗଞ୍ଜେଇ ଚାଲାଣ କାରୀ ପିପିଲି ଅଞ୍ଚଳର ଡ୍ରାଇଭର ଜାବେଦ ଅଖତର(୩୦), ଜଟଣୀ ର ସୁସ୍ମିତା ସାହୁ (୩୦), ନରସିଂହପୁର ଅଞ୍ଚଳର ସମୀର କୁମାର ନନ୍ଦ (୪୨), କରଣ୍ଡାଗଡ଼ର ଜଖିଆ ଦିଗାଲ। ସମସ୍ତଙ୍କ ନାମରେ କେଶନଂ. ୪୩/୨୦ ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଳାପାଳଙ୍କ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ କାମ ପରିଦର୍ଶନ

ଜିଲ୍ଳାପାଳଙ୍କ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନୟନ କାମ ପରିଦର୍ଶନ

Read More...

ଘରକୁ ପଠାଇବା ବ୍ୟବସ୍ଥା କଲେ ଦୁଇ ଠିକାଦାର

ଘରକୁ ପଠାଇବା ବ୍ୟବସ୍ଥା କଲେ ଦୁଇ ଠିକାଦାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: