ପଞ୍ଚାୟତକୁ କୋରୋନା ମୁକ୍ତ କରିବା ନେଇ ସଂକଳ୍ପ କରାଇଲେ ସରପଞ୍ଚ

June 17, 2020, ଓଡ଼ିଶା, ଗଞ୍ଜାମ, Kiran Behera
ପଞ୍ଚାୟତକୁ କୋରୋନା ମୁକ୍ତ କରିବା ନେଇ ସଂକଳ୍ପ କରାଇଲେ ସରପଞ୍ଚ
Kiran Behera
[ Reporter,Digapahandi ]
Bhagyaprabha News Bureau
June 17, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପଞ୍ଚାୟତ ତରଫରୁ କୋରୋନା ଭଳି ମହାମାରୀ ଠାରୁ ଦୂରେଇବା ଏବଂ ପଞ୍ଚାୟତକୁ କୋରୋନା ମୁକ୍ତ କରିବା ପାଇଁ ନିୟୋଜିତ କର୍ମୀମାନଙ୍କୁ ସଂକଳ୍ପ କରାଇଲେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି । ଖବରନୁଯାୟୀ , କୋରୋନା ମହାମାରୀ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଧିରେ ଧିରେ ବ୍ୟାପୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ରହିଥିବା ସହ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହାଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଙ୍ଗନୱାଡ଼ି ଓ ଆଶାକର୍ମୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ପୂର୍ବରୁ ପଞ୍ଚାୟତର ଲୋକମାନଙ୍କୁ ବହୁ ସଚେତନତା ମୂଳକ ପନ୍ଥା ଅବଲମ୍ବନ କରି ସାମାଜିକ ଦୂରତ୍ବ ରକ୍ଷା କରି ମାସ୍କ ପରିଧାନ କରିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଥିଲେ ମଧ୍ୟ କିଛି ଲୋକ ଏହାକୁ ଅବମାନନା କରୁଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଗତ ସୋମବାର ଦିନ ଭିଡିଓ କନଫରେନ୍ସ ଜରିଆରେ ସରପଞ୍ଚ ମାନଙ୍କୁ ସବୁ ପଞ୍ଚାୟତରେ ଫିଭର କ୍ଳିନିକ କରିବା ପାଇଁ ଅନୁରୋଧ କରିଥିଲେ । ତେଣୁ ଏନେଇ ସରପଞ୍ଚ ଶ୍ରୀ ସୁବୁଦ୍ଧିଙ୍କ ଉପସ୍ଥିତିରେ ଆସିଡିଏସ ତରଫରୁ ଏସ୍ଏଚଜି ଗ୍ରୁପ ସଦସ୍ଯା , ଅଙ୍ଗନୱାଡ଼ି , ଆଶାକର୍ମୀ , ଏଏନଏମ ଓ ୱାର୍ଡ଼ସଭ୍ଯ/ ସଭ୍ଯା ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତା କରାଇଥିଲେ । ଆଗାମୀ ଦିନରେ ଏଭଳି ସଚେତନତା କାର୍ଯ୍ୟକ୍ରମ ବ୍ଲକର ସମସ୍ତ ପଞ୍ଚାୟତରେ ଜାରି ରହିବା ସହ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ଅଧିକ ସଚେତନ ରହିବା ସହ ମାଇକ ଯୋଗେ ପ୍ରଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁପର ଭାଇଜର ଇନ୍ଦିରା ମହାପାତ୍ର , ଏଏନଏମ ଭାଗ୍ଯଲତା ଦୋରା , ଆରଡାବ୍ଳୁଏସଏସ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପଣ୍ଡା ଓ କନିଷ୍ଠ ଯନ୍ତ୍ରୀ ସମୀର ପଟ୍ଟନାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଚରଣ ଲେଙ୍କା , ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର ସମେତ ସମିତି ସଭ୍ୟ ସୁଶାନ୍ତ ସେଠୀ ଓ ବହୁ ଅଙ୍ଗନୱାଡ଼ି ଓ ଆଶାକର୍ମୀ ଯୋଗଦେଇ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

Read More...

ରାୟଗଡ଼ା ରେ କରୋନା ବି.ଏସ- ୨(BS-II Laboratory) ଉଦଘାଟନ କଲେ ଜିଲ୍ଳାପାଳ

ରାୟଗଡ଼ା ରେ କରୋନା ବି.ଏସ- ୨(BS-II Laboratory) ଉଦଘାଟନ କଲେ ଜିଲ୍ଳାପାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: