ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

June 19, 2020, ଦେଶଦୁନିଆ, କନ୍ଧମାଳ, BHAGYAPRABHA NEWS
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 19, 2020

ଆଜି ସକାଳୁ ରାଇକିଆ ମହୋତ୍ସବ ପଡ଼ିଆରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇ ଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଏହି ପରିପ୍ରେକ୍ଷୀ ରେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ସମେତ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କର ଶେଷ ଦର୍ଶନ କରିଥିଲେ।ଏହି ସମୟରେ ଜିଲ୍ଲା ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଉପସ୍ଥିତ ଥିଲେ। ବୀର ସହିଦ ଚନ୍ଦ୍ରକାନ୍ତଙ୍କୁ ନେଇ ସାରା ଗାଁ ଗର୍ବ କରୁଛି।ସୂଚନା ଅନୁସାରେ ଗାଲୱାନ ଉପତ୍ୟକାରେ ଚୀନ ସୈନଙ୍କ ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଶୁକ୍ରବାର ସକାଳ ୭ଟାରେ ରାଇକିଆ ପଡ଼ିଆ ନିକଟରେ ପହଞ୍ଚିଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେନା ତରଫରୁ ୨୧ ତୋପ ସଲାମୀ ଦିଆଯିବା ପରେ ତାଙ୍କ ଜନ୍ମ ଭୂମି ବିଅରପଙ୍ଗାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ବୀର ଶହୀଦ ଜବାନଙ୍କ ପ୍ରତି ଶାନ୍ତି ଶୋଭାଯାତ୍ରା

ଦୁଇ ବୀର ଶହୀଦ ଜବାନଙ୍କ ପ୍ରତି ଶାନ୍ତି ଶୋଭାଯାତ୍ରା

Read More...

ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟରେ ଦାଏର ହେଲା ମୋଡ଼ିଫିକେସନ୍‌ ପିଟିସନ୍‌

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: