ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୁଣି ଶିଶୁକନ୍ୟା ଜନ୍ମ

June 19, 2020, ଓଡ଼ିଶା, ବଲାଙ୍ଗୀର, Gupteswar Prusty
ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୁଣି ଶିଶୁକନ୍ୟା ଜନ୍ମ
Gupteswar Prusty
[ Reporter-balangir ]
Bhagyaprabha News Bureau
June 19, 2020

ଆଜି ପୁଣି ଥରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଏକ ଶିଶୁକନ୍ୟା ଜନ୍ମ କରିଛନ୍ତି। ୩୦ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ଗତମାସ ୨୪ ତାରିଖରେ ଜଣେ ମହିଳା ଶିଶୁକନ୍ୟା ଜନ୍ମ କରିଥିବା ବେଳେ ଚଳିତ ମାସ ୫ ତାରିଖ ଦିନ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଅନ୍ୟ ଜଣେ ମହିଳା ଶିଶୁପୁତ୍ର ପ୍ରସବ କରିଥିଲେ।ଆଜି ଟିଟିଲାଗଡ ରେଳ ଷ୍ଟେସନ ଦେଇ ଆନ୍ଧ୍ରପ୍ରଦେଶର ତିରୁପତିରୁ ନୂଆପଡା ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜଣେ ମହିଳାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ ରେଳ ଅଧିକାରୀମାନେ ଏହି ଖବର ପାଇବା ପରେ ଟିଟିିଲାଗ୍‌ଡ ଷ୍ଟେସନରେ ଟ୍ରେନକୁ ଅଟକାଇବା ସହ ରେଳବାଇ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତୁରନ୍ତ ସଂପୃକ୍ତା ମହିଳାଙ୍କୁ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ବେଳେ ଉଭୟ ମାଁ ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥିବା ଜଣାପଡିଛ।ମହିଳା ଜଣକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ପଞ୍ଚାୟତର ପିଙ୍କି ଛତର ଓ ସେ ତିରୁପତିକୁ କାମ କରିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ଏହି ଆସନ୍ନ ପ୍ରସବା ମହିଳାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ସହ ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିଥିବାରୁ ରେଳ ବିଭାଗର ଅଧିକାରୀଙ୍କୁ ଲୋକେ ପ୍ରଶଂସା କରିଛନ୍ତି। ଏସଆଇ ଆର ସି ପାତ୍ର, ଏଏସଆଇ ପରମାନନ୍ଦ ଭାଟି, ଜେଡି ନାୟକ, ଏଲ କେ ପ୍ରଧାନ, କ୍ଷିରୋଦ ମାହାର ପ୍ରମୁଖଙ୍କ ସହ ଅନେକ ରେଳବାଇ ଅଧିକାରୀ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମସିସି ଓ ଏମଆରଏଫ କାର୍ଯ୍ୟ ସହ ନବ ନିର୍ମାଣ ପାର୍କର ସ୍ଥିତି ପରଖିଲେ ଜିଲ୍ଲାପାଳ

ଏମସିସି ଓ ଏମଆରଏଫ କାର୍ଯ୍ୟ ସହ ନବ ନିର୍ମାଣ ପାର୍କର ସ୍ଥିତି ପରଖିଲେ ଜିଲ୍ଲାପାଳ

Read More...

ଦିଗପହଣ୍ଡିରେ ତହସିଲ ପ୍ରଶାସନ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

ଦିଗପହଣ୍ଡିରେ ତହସିଲ ପ୍ରଶାସନ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: