କଳିଙ୍ଗ ପୁତ୍ର ଚାରି ଟେବୁଲ ଟ୍ରଷ୍ଟ ସହାୟତାରେ ପୋଡାମାରୀରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

June 19, 2020, ଓଡ଼ିଶା, ଗଞ୍ଜାମ, Kiran Behera
କଳିଙ୍ଗ ପୁତ୍ର ଚାରି ଟେବୁଲ ଟ୍ରଷ୍ଟ ସହାୟତାରେ ପୋଡାମାରୀରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
Kiran Behera
[ Reporter,Digapahandi ]
Bhagyaprabha News Bureau
June 19, 2020

ଶୁକ୍ରବାର ପୂର୍ବାହ୍ନରେ ସାନଖେମୁଣ୍ଡି ବ୍ଳକ ପୋଡାମାରୀ ପୋଡାମାରୀ ପୃତ୍ତ ବିଭାଗ ଡାକବଙ୍ଗଳା ପରିସରରେ କଳିଙ୍ଗ ପୁତ୍ର ଚାରି ଟେବୁଲ ଟ୍ରଷ୍ଟ ସଦସ୍ୟ ସହାୟତାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଖବରନୁଯାୟୀ , ବର୍ତ୍ତମାନ ସାରା ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଯୋଗୁଁ ଗତ କିଛିଦିନ ହେଲା ବ୍ରହ୍ମପୁର ସ୍ଥିତ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ରକ୍ତ ଅଭାବ କାରଣରୁ ଥାଲାସେମିଆ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ସଦସ୍ୟ ମାନେ ନିିିଜେ ରକ୍ତ୍ତଦାନ କରି ଅଞ୍ଚଳର ଯୁବକମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର ଭ୍ରାମ୍ୟମାଣ ଭ୍ୟାନରେ ଉପସ୍ଥିତ କର୍ମଚାରୀ ମାନଙ୍କ ସହାୟତାରେ ସମୁଦାୟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

Read More...

ଏମସିସି ଓ ଏମଆରଏଫ କାର୍ଯ୍ୟ ସହ ନବ ନିର୍ମାଣ ପାର୍କର ସ୍ଥିତି ପରଖିଲେ ଜିଲ୍ଲାପାଳ

ଏମସିସି ଓ ଏମଆରଏଫ କାର୍ଯ୍ୟ ସହ ନବ ନିର୍ମାଣ ପାର୍କର ସ୍ଥିତି ପରଖିଲେ ଜିଲ୍ଲାପାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: