ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାରକୁ ସହାୟତା ପ୍ରଦାନ

June 20, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାରକୁ ସହାୟତା ପ୍ରଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 20, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ପାଣ୍ଡା ଛକରେ ବାସ କରୁଥିବା ବୃନ୍ଦାବନ ଦଳେଇଙ୍କ ପୁଅ ତଥା ଅଷ୍ଟମ ଶ୍ରେଣୀ ଛାତ୍ର ସମୀର ଦଳେଇ ଗତ ଅପ୍ରେଲ ୧୦ ରେ ରାତିରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସର୍ପ କାମୁଡି ଦେଇଥିଲା । ପରଦିନ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଛାତ୍ର ଜଣକ ମୃତ୍ୟୁ ହୋଇଥିଲା । ଏନେଇ ସମୀର ପରିବାରକୁ ସହାୟତା ଦେବାଲାଗି ଜିଲ୍ଲା ଶିକ୍ଷାଧିକାରୀ ଜଣାଇଥିଲେ । ଏହି ଅବସରରେ ଶନିବାର ଦିନ ଜିଲ୍ଳା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ଵରେ ଏବିଇଓ ବାଲା ମାଝୀ , ରସାନନ୍ଦ ଘଡେ଼ଇ , ସିଆରସିସି କୋରା ସେଠୀ , ନରସିଂହ ପ୍ରସାଦ ପାଠୀ, ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ ନାୟକ ଏବଂ ଶିକ୍ଷକ ରୁନା ନାୟକ ପ୍ରମୁଖ ମୃତ ଛାତ୍ରଙ୍କ ବାସଗୃହ ଯାଇ ପରିବାର ବର୍ଗଙ୍କୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରି ଫେରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଟଡାଉନ ନିୟମକୁ ଉଲ୍ଲଂଘନ କରି ତହସିଲ ପ୍ରଶାସନ ଦ୍ବାରା ଜୋରିମାନାରେ ଦଣ୍ଡିତ ହେଲେ ଅମାନିଆ ଚାଳକ

ସଟଡାଉନ ନିୟମକୁ ଉଲ୍ଲଂଘନ କରି ତହସିଲ ପ୍ରଶାସନ ଦ୍ବାରା ଜୋରିମାନାରେ ଦଣ୍ଡିତ ହେଲେ ଅମାନିଆ ଚାଳକ

Read More...

ରଥଯାତ୍ରା ବିବାଦ ଏବେବି ଅଦାଲତରେ

ରଥଯାତ୍ରା ବିବାଦ ଏବେବି ଅଦାଲତରେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: