ଖଡିରଥକୁ ବିଜେକଲେ ଶ୍ରୀ ଜଗନ୍ନାଥ

June 23, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଖଡିରଥକୁ ବିଜେକଲେ ଶ୍ରୀ ଜଗନ୍ନାଥ
Kiran Behera
[ Reporter,Digapahandi ]
Bhagyaprabha News Bureau
June 23, 2020

ଚଳିତ ବର୍ଷ କରୋନା କଟକଣା ତଥା ମାନ୍ୟବର ଉଚ୍ଚତମ ନ୍ଯାୟାଳୟଙ୍କ ଆଦେଶକୁ ସମ୍ମାନ ଜଣାଇ ଦିଗପହଣ୍ଡି ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ପରିସରରେ ହିଁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ, ବଡଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ଶୁଭଦ୍ରାଙ୍କୁ ସ୍ନାନମଣ୍ଡପରେ ଚିତ୍ରିତ ଖଡିରଥ ଉପରକୁ ପହଣ୍ଡି ବିଜେ କରାଯାଇଥିବା ଜଣାପଡିଛି।ଗତକାଲି ରାତିରେ ଶ୍ରୀ ଜିଉ ମାନଙ୍କ ଶ୍ରୀ ଅଙ୍ଗରେ ସେନାପଟା ଲାଗି କରାଯାଇଥିବା ବେଳେ ଆଜି ମଧ୍ଯାହ୍ନ ସୁଦ୍ଧା ଦୈନିକ ନୀତିକାନ୍ତି ଶେଷ କରାଯାଇ ପହଣ୍ଡି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା।ଅପରାହ୍ନରେ ମଣ୍ଡପ ଶୋଧନ ତଥା ବିଧିପୂର୍ବକ ରଥପ୍ରତିଷ୍ଠା କାର୍ଯ୍ୟ ଶେଷ ହେବାପରେ ପହଣ୍ଡିଆ ମାନେ ଧାଡି ପହଣ୍ଡିରେ ଶ୍ରୀ ଜିଉ ମାନଙ୍କୁ ରଥ ମଣ୍ଡପ ଉପରକୁ ବିଜେ କରାଇଥିଲେ।ମନ୍ଦିରର ମୂଖ୍ୟ ସେବକ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ତତ୍ଵାବଧାନରେ ସମସ୍ତ ନୀତି ସମ୍ପାଦିତ ହୋଇଥିବା ବେଳେ ରଥ ଉପରେ ରାଜ ପୁରୋହିତ ଦେବୀ ପ୍ରସାଦ ରଥ ଛେରାପହଁରା କରିଥିଲେ।ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ଯାତ୍ରା ପରିଚାଳନା ଅନୁଧ୍ୟାନ କରିଥିବା ବେଳେ ସୀମିତ ସେବାୟତଙ୍କ ଗହଣରେ କୋଭିଡ-୧୯ ନିୟମ ଅନୁସରଣ କରି ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ହସ୍ପିଟାଲରେ ଭର୍ତ୍ତି

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ହସ୍ପିଟାଲରେ ଭର୍ତ୍ତି

Read More...

ସରିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସରିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: