ଜଗଦେବ ପୁରରୁ ୧୦ ଫୁଟର ଅହିରାଜ ଉଦ୍ଧାର

June 24, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଜଗଦେବ ପୁରରୁ ୧୦ ଫୁଟର ଅହିରାଜ ଉଦ୍ଧାର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 24, 2020

ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜଗଦେବ ପୁର ଗ୍ରାମ ନିକଟରୁ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀ ସନ୍ଧ୍ୟା ସମୟରେ ଗ୍ରାମ ନିକଟରେ ଏକ ଗଛ ଉପରେ ବିରାଟକାୟ ସାପଟିକୁ ଦେଖି ଭୟଭିତ ହୋଇଯାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ, ଏବଂ ସାମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁରର ସର୍ପ ଉଦ୍ଧାରକ ସ୍ୱାଧିନ ସାହୁ, ତାରା ପ୍ରସାଦ ଦାସ, ସନ୍ଦିପ ସେଠୀ, ସୁସାନ୍ତ ମହାଙ୍କୁଡଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିର ଲମ୍ବ ୧୦ ଫୁଟ ଥିବା ବେଳେ ସାପଟି ବିଷଧର ଅହିରାଜ ପ୍ରଜାତିର ହୋଇଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ । ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ସୁସ୍ଥ ଅବସ୍ଥାରେ ଛଡାଯାଇଥିବା କହିଛନ୍ତି ରେଞ୍ଜର ରଜତ ମିଶ୍ର । ଏଥିରେ ବନ ବିଭାଗର କର୍ମଚାରୀ ଜିତେନ୍ଦ୍ର ଦାଶ, ବାବୁ ସେଠୀ, ପୁରେନ୍ଦ୍ର କାର୍ଜି, ରାମକୁଷ୍ଣ ନାୟକ, ସୁଦାମ ବେହେରା ପ୍ରମୁଖ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିବାରିକ କଳହ ଯୋଗୁଁ ବୃଦ୍ଧଙ୍କ ଆତ୍ମହତ୍ୟା ଓ ସ୍ତ୍ରୀ ଗୁରୁତର

ପାରିବାରିକ କଳହ ଯୋଗୁଁ ବୃଦ୍ଧଙ୍କ ଆତ୍ମହତ୍ୟା ଓ ସ୍ତ୍ରୀ ଗୁରୁତର

Read More...

୩ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

୩ରୁ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: