ଭିଜିଲାନ୍ସ ପଞ୍ଝାରେ ପୁଲିସ ଏସ୍‌ଆଇ

June 25, 2020, ଅପରାଧ, ଗଞ୍ଜାମ, Swadhina Kumar Sahu
ଭିଜିଲାନ୍ସ ପଞ୍ଝାରେ ପୁଲିସ ଏସ୍‌ଆଇ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 25, 2020

ଭିଜିଲାନ୍ସ ଜାଲରେ ଜଣେ ପୁଲିସ ଏସ୍‌ଆଇ ଧରାପଡ଼ିଛନ୍ତି। ଉକ୍ତ ପୁଲିସ ଏସ୍‌ଆଇ ଜଣଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ଗୁରୁବାର ଲାଞ୍ଚ ନେଉଥିବା ବେଳେ ଜଗନ୍ନାଥ ପ୍ରସାଦ ଥାନାର ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼ଙ୍କୁ ଭିଜିଲାନ୍ସ ଧରିଥିଲା।ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରସାଦ ଥାନାକୁ ଆସିଥିବା ଏକ ମାମଲାର ରଫାଦଫା କରିବା ପାଇଁ ପି.ରାଜା ସେନାପତି ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସେନାପତିଙ୍କ ଠାରୁ ୩ ହଜାର ଟଙ୍କା ନେବା ବେଳେ ପୂର୍ବରୁ ଯୋଜନା କରି ଜଗି ରହିଥିବା ବ୍ରହ୍ମପୁର ଭିଜିଲାନ୍‌ସ ଏସ୍‌ଆଇଙ୍କୁ ଧରି ନେଇଥିଲା। ଗିରଫ ଜଗନ୍ନାଥ ପ୍ରସାଦ ଥାନା ଏସଆଇଙ୍କୁ ଭିଜିଲାନ୍‌ସ ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି। ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍‌ସ ଅଧିକ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ବିରୋଧରେ କେସ୍‌ ନଂ.୮/୨୦୨୦ରେ ମାମଲା ରୁଜୁ କରିଛି।ଏହା ପୂର୍ବରୁ ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼ଙ୍କ ନାମରେ ଏମିତି କିଛି ମାମଲା ରହିଛି କି ନାହିଁ, ସେ ନେଇ ବ୍ରହ୍ମପୁର ଭିଜିଲାନ୍‌ସ ତନାଘନା ଆରମ୍ଭ କରି ଦେଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ

Read More...

ଘରୋଇ ସଙ୍ଗରୋଧରେ ୨ ପ୍ରବାସୀଙ୍କ କରୋନା ଚିହ୍ନଟ ପରେ ଗ୍ରାମକୁ ସଟଡାଉନ କଲେ ସରପଞ୍ଚ

ଘରୋଇ ସଙ୍ଗରୋଧରେ ୨ ପ୍ରବାସୀଙ୍କ କରୋନା ଚିହ୍ନଟ ପରେ ଗ୍ରାମକୁ ସଟଡାଉନ କଲେ ସରପଞ୍ଚ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: