ପ୍ରତିବାଦ ଦିବସ ସଫଳ ପାଇଁ ପ୍ରସ୍ତୁତି ବୈଠକ

June 28, 2020, ଓଡ଼ିଶା, ଗଞ୍ଜାମ, Kiran Behera
ପ୍ରତିବାଦ ଦିବସ ସଫଳ ପାଇଁ ପ୍ରସ୍ତୁତି ବୈଠକ
Kiran Behera
[ Reporter,Digapahandi ]
Bhagyaprabha News Bureau
June 28, 2020

ଭାରତର ସମସ୍ତ ଶ୍ରମିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଜୁଲାଇ ୦୩ ତାରିଖରେ ଡାକରା ଦିଆଯାଇଥିବା ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ଦିଗପହଣ୍ଡି ସ୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି , ସିଆଇଟିୟୁ ଏବଂ ଆଇଏନଟିୟୁସିର ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦିଗପହଣ୍ଡି ପିଏଚଡି ରୋଡ଼ ସ୍ଥିତ ଶ୍ରମିକ ସଙ୍ଗଠନ ସିଆଇଟିୟୁ କାର୍ଯ୍ଯାଳୟରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶ୍ରମିକ ନେତା ଅଶ୍ଵିନୀ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର , ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର , ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ସିପିଆଇ(ଏମ୍) ନେତା କୁରେଶୁ ପଣ୍ଡା , ସୁଦର୍ଶନ ରାଜୁ ପ୍ରମୁଖ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଗରିବ ମେହନତୀ ମଣିଷଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ନଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଲକଡାଉନ ସମୟସୀମା ବୃଦ୍ଧି କରାଯାଉଥିବା ଯୋଗୁଁ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।ଆୟକର ଦେଉନଥିବା ସମସ୍ତ ପରିବାରଙ୍କୁ ମାସିକ ୭୫୦୦ ଟଙ୍କା ଲେଖାଏଁ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ କରାଯାଇଥିଲା । ସେହିଭଳି ପେଟ୍ରୋଲ , ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ବନ୍ଦ କରିବା , ରାଷ୍ଟ୍ରାୟତ ଶିଳ୍ପର ଅଂଶଧନ ବିକ୍ରି ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରାଯିବା ,ଶ୍ରମ ଆଇନ ସଂଶୋଧନ ବାତିଲ କରିବା , ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକ ମାନଙ୍କୁ ଦୈନିକ ୬୦୦ ଟଙ୍କା ହାରରେ ବର୍ଷକୁ ୨୦୦ ଦିନର ଏମଜି ଏନ୍ ଆର ଇ ଜି ଏସ ଯୋଜନାରେ କାମ ଯୋଗାଇ ଦେବା , ଠିକା ଚାଷୀ ଅଧ୍ୟାଦେଶ ଓ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଶୋଧନ ଅଧ୍ୟାଦେଶ ବାତିଲ କରାଯିବାଏବଂ ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରେ ସୀମିତ ରଖିବା ଭଳି ୮ ଦଫା ଦାବି ହାସଲ ନେଇ ଶ୍ରମିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ପାଳନ ହେବାକୁ ଥିବା ପ୍ରତିବାଦ ଦିବସର ସଫଳତା ଉପରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା । ସେହିଦିନ ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ ମିଳିତ ଭାବେ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରତିବାଦ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱରେ ୧ କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Read More...

ଭାରତ ଉପରେ ଆଖି ପକାଇବାର କଡା ଜବାବ୍ ଲଦାଖରେ ମିଳିଛି : ମୋଦି

ଭାରତ ଉପରେ ଆଖି ପକାଇବାର କଡା ଜବାବ୍ ଲଦାଖରେ ମିଳିଛି : ମୋଦି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: