ଅଜଣା ଗାଡ଼ି ଧକ୍କାରେ ବ୍ୟବସାୟୀ ମୃତ

June 29, 2020, ଅପରାଧ, ଗଞ୍ଜାମ, Kiran Behera
ଅଜଣା ଗାଡ଼ି ଧକ୍କାରେ ବ୍ୟବସାୟୀ ମୃତ
Kiran Behera
[ Reporter,Digapahandi ]
Bhagyaprabha News Bureau
June 29, 2020

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ . ନୂଆଗାଁ ଥାନା ଅର୍ନ୍ତଗତ ଦିଗପହଣ୍ଡି - ଚିକିଟି ମୁଖ୍ୟରାସ୍ତା ନୂଆଗାଁ ଛକ ନିକଟରେ ସୋମବାର ବଡ଼ି ଭୋରରୁ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ଯବସାୟୀ ହେଲେ ଦିଗପହଣ୍ଡି ବ୍ଲକ ଗୈାଡଗାଁର କେ . ଗଣେଶ ପାତ୍ରଙ୍କ ପୁତ୍ର କେ . ବିଷ୍ଣୁ ପାତ୍ର (୩୫) ବୋଲି ଜଣାପଡିଛି । ଖବରପ୍ରକାରେ , ମୃତ ବିଷ୍ଣୁ ଗତ ୬ ବର୍ଷ ଧରି ଦୁବାଇରେ ଏକ କମ୍ପାନୀରେ କାମ କରୁଥିବା ବେଳେ ୮ ମାସ ହେଲା ନିଜ ଗ୍ରାମ ଗୈାଡଗାଁ ଆସିଥିଲେ । ବିଷ୍ଣୁଙ୍କ ବାପା ଗ୍ରାମରେ ଏକ ଲୁଗା ବ୍ୟବସାୟ କରୁଛନ୍ତି । ବର୍ତମାନ ସାରା ଦେଶରେ କରୋନା ଲକଡାଉନ ଚାଲିଥିବା ଯୋଗୁଁ ବିଷ୍ଣୁ ଦୁବାଇ ଯାଇନପାରି ବାପାଙ୍କୁ ବ୍ୟବସାୟ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ସୋମବାର ବଡ଼ି ଭୋର ସାଢେ ୪ ଘଣ୍ଟ ସମୟରେ ବ୍ୟବସାୟ କରିବା ପାଇଁ ନିଜ ବାଇକ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରି ମାତ୍ର ଅଳ୍ପ ବାଟ ଯିବାପରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହଁ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକାଳୁ ସକାଳୁ ଘଟଣା ପ୍ରଘଟ ପରେ କେ. ନୂଆଗାଁ ପୋଲିସ ପହଞ୍ଚି ଶବକୁ ଚିହ୍ନଟ ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଘଟଣାପରେ ପରିବାର ଲୋକ ଓ ଗୈାଡଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ପୋଲିସ ଶବକୁ ଜବତ କରି ଥାନା କେସ ନଂ ୧୪୨/୨୦୨୦ ଅନୁସାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଶବଗୃହକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ଏନଏସିକୁ ସଟଡାଉନ ଘୋଷଣା

ଛତ୍ରପୁର ଏନଏସିକୁ ସଟଡାଉନ ଘୋଷଣା

Read More...

 ଶ୍ରୀମନ୍ଦିରେ ବାହୁଡିବେ ଶ୍ରୀଜିଉ  , ଆରମ୍ଭ ହେଲା ପ୍ରସ୍ତୁତି

ଶ୍ରୀମନ୍ଦିରେ ବାହୁଡିବେ ଶ୍ରୀଜିଉ , ଆରମ୍ଭ ହେଲା ପ୍ରସ୍ତୁତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: