ଅର୍ଦ୍ଧସାମରିକ ବାହିନୀରେ ସାମିଲ ହେବେ କିନ୍ନର

July 02, 2020, ଦେଶଦୁନିଆ, , BHAGYAPRABHA NEWS
ଅର୍ଦ୍ଧସାମରିକ ବାହିନୀରେ ସାମିଲ ହେବେ କିନ୍ନର
BHAGYAPRABHA NEWS
[ INPUT ]
Bhagyaprabha News Bureau
July 02, 2020

ଖୁବ୍‌ଶୀଘ୍ର ଭାରତରେ ଅର୍ଦ୍ଧସାମରିକ ବାହିନୀରେ ପୁରୁଷ ଓ ମହିଳା ସହିତ ତୃତୀୟଲିଙ୍ଗ କିନ୍ନରଙ୍କୁ ବି ସ୍ଥାନ ମିଳିବ। ଏଥିଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରକ୍ରିୟା ଆରମ୍ଭ କରିଛି । ଗୃହମନ୍ତ୍ରାଳୟ ଅତିରିକ୍ତ କମାଣ୍ଡାଣ୍ଟ ପରୀକ୍ଷାରେ କିନ୍ନରଙ୍କୁ ସାମିଲ କରିବା ପାଇଁ ସୁରକ୍ଷାବଳଗୁଡ଼ିକର ମତାମତ ମାଗିଛନ୍ତି।ଏ ପ୍ରସଙ୍ଗରେ ଯଦି ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ନିଜର ସକାରାତ୍ମକ ମତାମତ ଦିଅନ୍ତି ତେବେ କିନ୍ନରଙ୍କୁ ବି ଅର୍ଦ୍ଧସାମରିକ ବାହିନୀରେ ସାମିଲ କରାଯିବ। ଅଧିକାରୀଙ୍କୁ ଏ ପ୍ରସଙ୍ଗରେ ଏକ ଚିଠି ଗତ ମାସରେ ପଠାଯାଇଥିଲା। କିନ୍ତୁ ସେନା ପକ୍ଷରୁ ଏହି ଚିଠିର କୌଣସି ପ୍ରତିକ୍ରିୟା ନ ପାଇବା ପରେ ଗତ ବୁଧବାର ଗୃହ ମନ୍ତ୍ରାଳୟ ଆଉ ଏକ ପତ୍ର ପଠାଇଛି। କାରଣ ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଭାରତୀୟ ସେନାରେ ତୃତୀୟଲିଙ୍ଗକୁ ନିଯୁକ୍ତି ଦେବାର କୌଣସି ବ୍ୟବସ୍ଥା ନାହିଁ। ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୁଲିସ ଫୋର୍ସ (ସିଏପିଏଫ) ପରୀକ୍ଷା ନିୟମରେ ପୁରୁଷ / ମହିଳାଙ୍କ ସହିତ ତୃତୀୟ ଲିଙ୍ଗ ଭାବରେ ଟ୍ରାନ୍‌ସଜେଣ୍ଡରଙ୍କ ଉପରେ ଥିବା ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ମନ୍ତବ୍ୟ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଏହି ସମସ୍ୟାକୁ ପରୀକ୍ଷଣ କରି ମତାମତ ଦେବା ଲାଗି ସିଆରପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବିଙ୍କୁ କୁହାଯାଇଛି। ମତାମତ ପାଇଲେ ଯାଇ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କୁ ସୂଚିତ କରିବେ କି ଚଳିତ ବର୍ଷ ସିଏପିଏଫ୍‌ର ସହାୟକ କମାଣ୍ଡାଣ୍ଟ ପରୀକ୍ଷା ପାଇଁ ଅଧିସୂଚନାରେ କିନ୍ନରଙ୍କୁ ସାମିଲ କରିବେ କି ନାହିଁ। ସହକାରୀ କମାଣ୍ଡାଣ୍ଟସ୍ତରର ନିଯୁକ୍ତି ପାଇଁ ପରୀକ୍ଷା ଚଳିତ ବର୍ଷ ଡିସେମ୍ବରରେ ହେବାର ସମ୍ଭାବନା ରହିଛି। ତେଣୁ ଯଦି ଏଥିରେ କିଛି ପରିବର୍ତ୍ତନ ଆସେ ତେବେ ନିଯୁକ୍ତି ନିୟମରେ ହେବାକୁ ଥିବର ପରିବର୍ତ୍ତନକୁ ପୂର୍ବରୁ ଜଣାଇବାକୁ ପଡ଼ିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକଡାଉନରେ ବେଧଡକ ଭାବେ ମଦ ଚୋରାଚାଲାଣ : ବିପୁଳ ପରିମାଣର ମଦ ସହ ୭ ଯୁବକ ଓ ୪ ଗାଡି ଜବତ

ଲକଡାଉନରେ ବେଧଡକ ଭାବେ ମଦ ଚୋରାଚାଲାଣ : ବିପୁଳ ପରିମାଣର ମଦ ସହ ୭ ଯୁବକ ଓ ୪ ଗାଡି ଜବତ

Read More...

 ଜୁଲାଇ ୬ରୁ ଖୋଲିବ ଦେଶର ସମସ୍ତ ସ୍ମାରକ

ଜୁଲାଇ ୬ରୁ ଖୋଲିବ ଦେଶର ସମସ୍ତ ସ୍ମାରକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: