ଦିଗପହଣ୍ଡି ପୋଲିସ ପକ୍ଷରୁ କରୋନା ସଚେତନ ନେଇ ରାତ୍ରୀକାଳୀନ ପଇଂତରା ଜୋରଦାର

July 03, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡି ପୋଲିସ ପକ୍ଷରୁ କରୋନା ସଚେତନ ନେଇ ରାତ୍ରୀକାଳୀନ ପଇଂତରା ଜୋରଦାର
Kiran Behera
[ Reporter,Digapahandi ]
Bhagyaprabha News Bureau
July 03, 2020

ଦିଗପହଣ୍ଡି ପୋଲିସ ପକ୍ଷରୁ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଗଳିକନ୍ଦି ଛକମାନଙ୍କରେ ଅମାନିଆ ଯୁବକ ମାନେ ଆଡ୍ଡା କରୁଥିବା ବେଳେ ସେମାନଙ୍କୁ ସାବାଡ କରିବା ଓ ଜନ ପ୍ରତିନିଧି ମାନଙ୍କୁ କରୋନା ସଚେତନ ନିମନ୍ତେ ରାତ୍ରୀକାଳୀନ ପଇଂତରା କଡାକଡି କରିଥିବା ଜଣାପଡିଛି । ଖବରପ୍ରକାରେ , ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଦିଗପହଣ୍ଡି ବ୍ଳକ ଓ ସହରରେ ମଧ୍ୟ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ପରିଲକ୍ଷିତ ହୋଇପାରିଛି । ଯାହାଫଳରେ ଜିଲ୍ଲାପାଳ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଯାଞ୍ଚ ବ୍ୟବସ୍ଥା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି ରହିଥିଲେ ମଧ୍ୟ ସକାଳ ୬ ଟାରୁ ମଧ୍ୟାହ୍ନ ୪ ଘଣ୍ଟ ପର୍ଯ୍ୟନ୍ତ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମାସ୍କ ପରିଧାନ କରି ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ରହିଅଛି । ୪ ଘଣ୍ଟା ପରଠାରୁ ଜିଲ୍ଲାରେ ୧୪ ଘଣ୍ଟିଆ ସଟଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଜଣାପଡିଛି । ଯାହାଫଳରେ ୪ ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ଜଣାପଡିଛି । ଏହି ଅବସରରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଅପରାହ୍ନ ୪ ଘଣ୍ଟା ପରଠାରୁ ଦିଗପହଣ୍ଡି ସହରର ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପୁଞ୍ଜିକୟା ଛକ ଓ ସାହି, ଗଳିକନ୍ଦି ଚାଲିଚାଲି ବୁଲି ଛକମାନଙ୍କରେ ବସିରହି ବାତାଗାନୀ କରୁଥିବା ଅମାନିଆ ଯୁବକ ମାନଙ୍କୁ ତାଗିଦ କରିବା ସହ ବୟସ୍କ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରାଉଥିବା ବେଳେ ଗାଡି ଯାଞ୍ଚ ବ୍ୟବସ୍ଥା କଡାକଡି କରୁଥିବା ନଜର ଆସୁଛି । ପୋଲିସର ଏଭଳି ପଇଂତରା ବ୍ୟବସ୍ଥାକୁ ସ୍ଥାନୀୟ ବାସିନ୍ଦା ଖୁବ ପ୍ରଶଂସା କରୁଥିବା କରୁଥିବା ବେଳେ ସାଧୁବାଦ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ବାପା ମା

ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ବାପା ମା

Read More...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା କଲେ ।

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା କଲେ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: