ବିପୁଳ ପରିମାଣର ଚୋରା ରନ୍ଧାମଦକୁ ଜବତ କଲା ଦିଗପହଣ୍ଡି ଅବକାରୀ ବିଭାଗ

July 07, 2020, ଅପରାଧ, ଗଞ୍ଜାମ, Kiran Behera
ବିପୁଳ ପରିମାଣର ଚୋରା ରନ୍ଧାମଦକୁ ଜବତ କଲା ଦିଗପହଣ୍ଡି ଅବକାରୀ ବିଭାଗ
Kiran Behera
[ Reporter,Digapahandi ]
Bhagyaprabha News Bureau
July 07, 2020

ମହାମାରୀ କରୋନା ଯୋଗୁଁ ରାଜ୍ୟ ତଥା ଜିଲ୍ଲାମାନଙ୍କରେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ମଦ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଜରି କରିଥିଲେ ମଧ୍ୟ ଗ୍ରାମାଞ୍ଚଳ ଗୁଡିକରେ ଏହାର ପ୍ରଭାବ ଯଥେଷ୍ଟ ଦେଖିବାକୁ ମିଳୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଗ୍ରାମର ହାଡିସାହି ନିକଟରେ । ମଙ୍ଗଳବାର ପୂର୍ବାହ୍ନ ସମୟରେ ଗ୍ରାମର ଏକ ଲୁଟାବୁଦାରେ ଲୁଚାଇ ବେଆଇନ ଭାବେ ଚୋରା ରନ୍ଧାମଦ ବିକ୍ରି କରାଯାଉଥିବା ଖବରପାଇ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ କାହାରିକୁ ଗିରଫ କରାଯାଇପାରିନାହିଁ । ଖବରପ୍ରକାରେ , ବର୍ତ୍ତମାନ କରୋନା ଯୋଗୁଁ ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି ରହିଥିବା ବେଳେ ମଦବେପାରୀ ମାନେ ଏହାର ଫାଇଦା ଉଠାଇ ରାତାରାତି ମଦ ଚୋରାଚାଲାଣ କରୁଛନ୍ତି । ଏବଂ ଏହାକୁ କୌଣସି ଗୁପ୍ତ ସ୍ଥାନରେ ଲୁଚାଇ ପ୍ରଚୁର ଟଙ୍କାରେ ବେଆଇନ ଭାବେ ବିକ୍ରି କରି ସାଧାରଣ ଲୋକଙ୍କ ଠାରୁ ଶୋଷଣ କରୁଥିବା ଜଣାପଡିଛି । ଏନେଇ ପ୍ରଶାସନ , ସ୍ଥାନୀୟ ପୋଲିସ ଓ ଅବକାରୀ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ମଦ ଜବତ କରିବା ସହ ସଂପୃକ୍ତ ମଦବେପାରୀଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ବେପାରୀ ମାନେ ପ୍ରଶାସନକୁ ଭୟ ନକରି ଗ୍ରାମାଞ୍ଚଳ ମାନଙ୍କରେ ଖୋଲମଖୁଲା ମଦ ବିକ୍ରି କରୁଥିବା ନଜର ଆସୁଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବରେ ଚଢ଼ାଉ କରାଯାଇଥିଲା । ବାରମ୍ବାର ପୋଲିସ ଓ ଅବକାରୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମଦ ଜବତ କରାଯାଉଥିଲେ ମଧ୍ୟ ବେପାରୀ ମାନେ ପ୍ରଶାସନକୁ ଚକମା ଦେଖାଇ ଏତେ ପରିମାଣର ମଦ କେଉଁଠାରୁ ଆଣୁଛନ୍ତି , କିପରି ଆଣୁଛନ୍ତି ଏବଂ ପ୍ରସ୍ତୁତ କେଉଁଠାରେ ହେଉଛି ତାହାନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଜଣାପଡିଛି । ଏନେଇ ଅବକାରୀ ମାମଲା ନଂ - ୩୬/୨୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି । । ଏହି ଚଢାଉ ଧରପଗଡରେ ଦିଗପହଣ୍ଡି ଅବକାରୀ ବିଭାଗ ଉପ ନୀରିକ୍ଷକ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ନିରଞ୍ଜନ ବେହେରା , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ୱରରୁ ଆଜି ପୁଣି ୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ଆଜି ପୁଣି ୨୯ କରୋନା ଆକ୍ରାନ୍ତ ଚିହ୍ନଟ

Read More...

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍ ଟିହ୍ନଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: