ଲଦାଖ ସୀମାରୁ ହଟିଲେ ଚୀନ୍ ସେନା

July 10, 2020, ଦେଶଦୁନିଆ, , BHAGYAPRABHA NEWS
ଲଦାଖ ସୀମାରୁ ହଟିଲେ ଚୀନ୍ ସେନା
BHAGYAPRABHA NEWS
[ INPUT ]
Bhagyaprabha News Bureau
July 10, 2020

ପୂର୍ବ ଲଦାଖ ସୀମାରୁ ଚୀନ ସେନା ପଛକୁ ଦୁଇ କିଲୋମିଟର ହଟିବା ପ୍ରକ୍ରିୟାର ସମୀକ୍ଷା ସହ ସରକାରଙ୍କର ପରବର୍ତ୍ତୀ ପଦକ୍ଷେପ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱ ନେଇଥିଲେ । ଗତ ରବିବାର ଡୋଭାଲ ଚୀନ ବିଦେଶୀ ମନ୍ତ୍ରୀ ୱାଙ୍ଗ ୱିଙ୍କଙ୍କ ସହ ଆଲୋଚନା ପରେ ତିନିଟି ସ୍ଥାନରୁ ଚୀନୀ ସେନା ପଛକୁ ହଟିଛନ୍ତି । ଏନେଇ ଗତକାଲି ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଗଲୱାନ ଉପତ୍ୟକାର ୧୪ ନମ୍ବର ପାଟ୍ରୋଲିଂ ପଏଂଟ, ଉଷ୍ଣ ପ୍ରସ୍ରବଣ ଇଲାକାର ୧୫ ନମ୍ବର ପାଟ୍ରୋଲିଂ ପଏଂଟ ଓ ଗୋଗ୍ରାର ୧୭ ନମ୍ବର ପାଟ୍ରୋଲିଂ ପଏଂଟଠାରୁ ଚୀନୀ ସେନା ପ୍ରାୟ ଦେଢ କିଲୋମିଟର ପଛକୁ ହଟିଛି । ଅନ୍ୟପଟେ ଲଦାଖ ସୀମା ସମେତ ଅରୁଣାଚଳ ସୀମାରୁ ମଧ୍ୟ ଚୀନୀ ସେନା ପଛକୁ ହଟିବା ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ କ୍ୟାବନେଟ ସଚିବ ରାଜୀବ ଗୌବା, ପ୍ରତିରକ୍ଷା , ବିଦେଶ ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସମେତ କିଛି ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ । ତେବେ ଚୀନ ଓ ଭାରତ ସୀମାରେ ସୃଷ୍ଟି ହୋଇଥିବା ଉତେଜନା ହ୍ରାସ ପ୍ରକ୍ରିୟା ନେଇ ପରବର୍ତୀ ବୈଠକ ଆଜି ଦୁଇ ଦେଶର କୂଟନୈତିକ ସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଓ ଚୀନୀ ବିଦେଶୀ ବିଭାଗର ବରିଷ୍ଠ ଅଧିକାରୀ ଉ ଜିଆଘାଓ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତ ମାସ ୨୪ ତାରିଖରେ ଏହି କୂଟନୈତିକ ସ୍ତରୀୟ ବୈଠକ ପରେ ଉତେଜନା ହ୍ରାସ ପାଇଁ ପଦକ୍ଷେପ ନେବାକୁ ଦୁଇ ଦେଶ ରାଜି ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ପ୍ରକାଶ ପାଇବ ୨୦୨୦ର ICSE ଓ ISC ରେଜଲ୍‌ଟ

ଆଜି ପ୍ରକାଶ ପାଇବ ୨୦୨୦ର ICSE ଓ ISC ରେଜଲ୍‌ଟ

Read More...

 ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: