ଦିଗପହଣ୍ଡିରେ କରୋନା ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ : ଡ଼ାକ୍ତର ପଦବୀ ପୁରଣ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

July 12, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ କରୋନା ଟେଷ୍ଟିଂ ସେଣ୍ଟର ଶୁଭାରମ୍ଭ : ଡ଼ାକ୍ତର ପଦବୀ ପୁରଣ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
July 12, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ମହାମାରୀ କରୋନା ତାର କାୟା ବିସ୍ତାର କରିଥିବା ବେଳେ ଗତ କିଛିଦିନ ହେଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ବହୁ ସଂଖ୍ୟକ ବ୍ୟକ୍ତି ଜ୍ୱରରେ ସଂକ୍ରମିତ ହୋଇ ଗୁରୁତର ଅସୁସ୍ଥ ହୋଇପଡିବା ସହ ୨ ଜଣ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଦିଗପହଣ୍ଡି ଠାରେ କରୋନା ଟେଷ୍ଟିଂ ସେଣ୍ଟର ୨ ଦିନ ବନ୍ଦ ରହିବା ପରେ ତୁରନ୍ତ ଟେଷ୍ଟିଂ ସେଣ୍ଟର ଖୋଲାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିବାପରେ ରବିବାର ଅପରାହ୍ନ ଠାରୁ ସ୍ଥାନୀୟ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟରେ ଭ୍ରାମ୍ୟମାଣ କରୋନା ଟେଷ୍ଟିଂ ସେଣ୍ଟର ଖୋଲାଯାଇଥିଲା । ସେଠାରେ ୨୫ ଜଣଙ୍କ ସ୍ଵାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ସ୍ଥାନୀୟ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଭୟ ଯୋଗୁଁ କୌଣସି ଜଣେ ହେଲେ ଡାକ୍ତର, ଫର୍ମାସିଷ୍ଟ କିମ୍ବା କର୍ମଚାରୀ ରହୁ ନାହାନ୍ତି। ସେହିପରି ପଦ୍ମନାଭପୁର , ତଲାସୀଙ୍ଗି , ଝରିପଦର , ଭୀଷ୍ମଗିରି , ଏବଂ ଗୌଡଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁଦିନ ହେଲା ଡାକ୍ତର ପଦବୀ ଖାଲି ପଡିଛି । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୁରଣ କରାଯିବା ସହ ଆବଶ୍ୟକ ଫାର୍ମାସିଷ୍ଟ , ଷ୍ଟାଫ୍ ନର୍ସ ନିଯୁକ୍ତି କରାଯିବା । ଦିଗପହଣ୍ଡି ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ମାନଙ୍କରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ , ଅଙ୍ଗନୱାଡ଼ି , ଆଶାକର୍ମୀ ମାନଙ୍କୁ ଉନ୍ନତ ମାନର ପି ପି ଟି, ମାସ୍କ ସମେତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ଯୋଗାଇ ଦେବା । ଦିଗପହଣ୍ଡି ଓ ବମକୋଇ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅପଗ୍ରେଡେସନ୍ କରାଯାଇ ସେଠାରେ ଆଇ.ସି.ୟୁ ବ୍ୟବସ୍ଥା ସହ ଭେଣ୍ଟିଲେଟର ବ୍ୟବସ୍ଥା ଉପଲବ୍ଧ ପାଇଁ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ , ସମ୍ପାଦକ ଅଶେଷ ନାଥ ମିଶ୍ର ଙ୍କ ସମେତ ଭାଜପା ପ୍ରାକ୍ତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଗଞ୍ଜାମ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

କରୋନାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

Read More...

ବାଲେଶ୍ୱରରେ ଦିନକରେ ପୁଣି ଆକ୍ରାନ୍ତ ହେଲେ ୧୧

ବାଲେଶ୍ୱରରେ ଦିନକରେ ପୁଣି ଆକ୍ରାନ୍ତ ହେଲେ ୧୧

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: