ନୌସେନା ମୁଖ୍ୟ ସୁନିଲ ଲାନବା ବଡ ଖୁଲାସା ଆତଙ୍କବାଦୀ ମାନେ ଜଳପଥ ଦେଇ ଆକ୍ରମଣ କରିପାରନ୍ତି !

March 05, 2019, ଖେଳ, , Bhagyaprabha News Bureau
ନୌସେନା ମୁଖ୍ୟ ସୁନିଲ ଲାନବା ବଡ ଖୁଲାସା ଆତଙ୍କବାଦୀ ମାନେ ଜଳପଥ ଦେଇ ଆକ୍ରମଣ କରିପାରନ୍ତି !
Bhagyaprabha News Bureau
March 05, 2019

ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁନୀଲ ଲାନ୍‌ବା ସତର୍କ କରାଇ ଦେଇଛନ୍ତି। ମଙ୍ଗଳବାର ଦିନ 'ଇଣ୍ଡୋ-ପେସିଫିକ୍‌ ରିଜିଓନାଲ୍‌ ଡାଇଲଗ୍‌'ରେ ଆଡ୍‌ମିରାଲ୍‌ ଲାନ୍‌ବା କହିଛନ୍ତି, ସମୁଦ୍ର ପଥ ସମେତ ବିଭିନ୍ନ ଉପାୟରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିବା ଖବର ଆମକୁ ମିଳିଛି। ନୌସେନା ମୁଖ୍ୟ ପାକିସ୍ତାନର ନାଁ ନ ଧରି କହିଲେ କି, ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଅଧିକ ଉଗ୍ର ରୂପ ଭାରତ ସମ୍ମୁଖୀନ ହୋଇଛି। ମାତ୍ର ତିନି ସପ୍ତାହ ତଳେ ଆମେ ଜମ୍ମୁ ଓ କଶ୍ମୀର ରାଜ୍ୟରେ ଆତଙ୍କବାଦୀ ଆକ୍ରମଣର ଭୀଷଣ ରୂପ ଦେଖିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଏକ ରାଜ୍ୟ ସହଯୋଗରେ ଆତଙ୍କବାଦୀମାନେ ଏ ଭଳି ହିଂସା ଭିଆଇ ଥିଲେ। ଆଡ୍‌ମିରାଲ୍‌ ଲାନ୍‌ବା କହିଲେ ଯେ ସମ୍ପ୍ରତି ଇଣ୍ଡୋ-ପେସିଫିକ୍‌ ଅଞ୍ଚଳ ପ୍ରମୁଖ ଆତଙ୍କ ବିପଦ୍‌ର ସମ୍ମୁଖୀନ ହେଉଛି। ଗତ କେତେ ବର୍ଷ ହେବ ଇଣ୍ଡୋ-ପେସିଫିକ୍‌ ଅଞ୍ଚଳ ଆତଙ୍କବାଦର ଏକାଧିକ ରୂପ ଦେଖିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସ ପାଇଁ ବଡ ଧକ୍କା ଦଳଛାଡିଲେ ଦୁଇ ବିଧାୟକ

କଂଗ୍ରେସ ପାଇଁ ବଡ ଧକ୍କା ଦଳଛାଡିଲେ ଦୁଇ ବିଧାୟକ

Read More...

ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀରେ ମୂଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ : ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀରେ ମୂଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ : ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: