ରେଡଜୋନ ଇଲାକାରେ ପ୍ରଶାସନ ପକ୍ଷରୁ ସାହି ସାହି ପରିଭ୍ରମଣ କରି କରୋନା ସଚେତନତା ଶୋଭାଯାତ୍ରା

July 16, 2020, ଓଡ଼ିଶା, ଗଞ୍ଜାମ, Kiran Behera
ରେଡଜୋନ ଇଲାକାରେ ପ୍ରଶାସନ ପକ୍ଷରୁ ସାହି ସାହି ପରିଭ୍ରମଣ କରି କରୋନା ସଚେତନତା ଶୋଭାଯାତ୍ରା
Kiran Behera
[ Reporter,Digapahandi ]
Bhagyaprabha News Bureau
July 16, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ତଥା ରେଡଜୋନ ଇଲାକାରେ ଗୁରୁବାର ଦିନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମକୁ କରୋନା ମୁକ୍ତ କରିବା ଉଦ୍ଦେଶ୍ୟ ନେଇ ଏକ ସାହି ସାହି ପରିଭ୍ରମଣ କରି କରୋନା ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କରୋନା ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସୁରକ୍ଷିତ ରହିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବ୍ଲକର ପଞ୍ଚାୟତ ମାନଙ୍କରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରିଛନ୍ତି । ଗୁରୁବାର ଦିନ ଏନେଇ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜର ଇନ୍ଦିରା ମହାପାତ୍ରଙ୍କ ସଭାପତିତ୍ବରେ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ " ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ଵ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ଶାଖା ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଜି ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ , କୋଭିଡ ୧୯ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଚରଣ ଲେଙ୍କା , ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର , ସମିତି ସଭ୍ୟ ସୁଶାନ୍ତ ସେଠୀ , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ , ବସନ୍ତ ନାଏକ , ନୀଳ ବେହେରା , ସନ୍ତୋଷ ସେଠୀ ସମେତ ସମସ୍ତ ଅଙ୍ଗନୱାଡ଼ି ଓ ଆଶାକର୍ମୀ ଓ ଏଏନଏମ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରଠାରୁ କର୍ମଚାରୀ ମାନେ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ସଚେତନତା କରାଇଥିଲେ । ଖବରପ୍ରକାରେ , ବର୍ତ୍ତମାନ କରୋନା ଯୋଗୁଁ ଦିଗପହଣ୍ଡି ଏନ୍ ଏସି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତ ରେଡଜୋନ ହୋଇଥିବା ବେଳେ ପଦ୍ମନାଭପୁର ଗ୍ରାମ ମଧ୍ୟ ରେଡଜୋନରେ ରହିଥିବା ଜଣାପଡିଛି । ଏଭଳି ଗ୍ରାମରେ ୧୪୪ ଧାରା କଟକଣା ଜାରି ମଧ୍ୟ ହୋଇଛି । ଯାହାଫଳରେ ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତ ଅଧିକାରୀ ଓ ନିୟୋଜିତ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରଥମେ ସରକାରଙ୍କ ନିୟମକୁ ମାନି ନିଜେ ସଚେତନ ରହି ପଞ୍ଚାୟତ ବାସୀଙ୍କୁ କରୋନା ସଂକ୍ରମଣ ଭୂତାଣୁ ଠାରୁ ରକ୍ଷା ପାଇବା ଏବଂ ଦୂରେଇ ରହିବା ପାଇଁ ଅନ୍ଯମାନଙ୍କୁ ସଚେତନ କରାଉଛନ୍ତି ଏବଂ କରୋନାକୁ ନ ଡରି ସାହାସର ସହ ଲଢେଇ କରିବା ପାଇଁ ଜନସାଧାରଣଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବା , ମାସ୍କ ବ୍ୟବହାର , ବାରମ୍ବାର ହାତ ସଫା କରିବା , ପରିବେଶ ସଫାସୁତୁରା ରଖିବା ଓ ଅଯଥାରେ ବାହାରେ ନ ବୁଲିବା ପାଇଁ ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଉଥିବା ଜଣାପଡିଛି । ଏଭଳି ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ପ୍ରଶଂସା କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ ଘଣ୍ଟା ପରେ ନିଖୋଜ ବ୍ୟକ୍ତିର ଶବ ବାହୁଦା ନଦୀରୁ ଉଦ୍ଧାର

୩୦ ଘଣ୍ଟା ପରେ ନିଖୋଜ ବ୍ୟକ୍ତିର ଶବ ବାହୁଦା ନଦୀରୁ ଉଦ୍ଧାର

Read More...

ହାପି ବାର୍ଥ ଡେ କ୍ୟାଟ୍ରିନା

ହାପି ବାର୍ଥ ଡେ କ୍ୟାଟ୍ରିନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: