ଗଞ୍ଜାମରେ ସୁଧୁରୁଛି କରୋନା ସ୍ଥିତି : ଜିଲାପାଳ

July 16, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗଞ୍ଜାମରେ ସୁଧୁରୁଛି କରୋନା ସ୍ଥିତି : ଜିଲାପାଳ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 16, 2020

ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା ସ୍ଥିତିରେ ସୁଧାର ଆସୁଥିବା ଟୁଇଟ କରି ସୂଚନା ଦେଇଛନ୍ତି।ଏଥିରୁ ଜଣାପଡ଼ିଛି ଯେ, ଜିଲାର ୮୪ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ ଜୋନ୍‌ରେ ଏବଂ ୧୬ ପ୍ରତିଶତ ଗ୍ରାମାଞ୍ଚଳ ରେଡ୍‌ ଜୋନରେ ରହିଛି। ଏହା ବିଡିଓ ଓ ସେମାନଙ୍କ ଟିମର ଅକ୍ଲାନ୍ତ ପ୍ରଚେଷ୍ଟା ଓ କାର୍ଯ୍ୟ ଯୋଗୁ ହୋଇପାରିଥିବା ଜିଲାପାଳ କହିଛନ୍ତି।ଜିଲାର ୩୦୬୬ଟି ଗାଁ ରହିଛି ସେଥିରୁ ୨୫୬୪ଟି ଗାଁ ଗ୍ରୀନ୍‌ ଜୋନରେ ଥିବାବେଳେ ୫୦୨ଟି ଗାଁ ରେଡ୍‌ ଜୋନ୍‌ରେ ରହିଛି। ଗ୍ରୀନ୍‌ ଜୋନରେ କେହି କରୋନା ଆକ୍ଟିଭ ପଜିଟିଭ ନ ଥିବା ଜିଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ ଜିଲାର ବ୍ରହ୍ମପୁର, ଛତ୍ରପୁର, ହିଞ୍ଜିଳି, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ପ୍ରମୁଖ ସହରରେ କରୋନା ପଜିଟିଭ ସଂଖ୍ୟା ବଢିବା ସହ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିପାଇଁ ଚିନ୍ତା ବଢିଛି ଜିଲାର ସବୁ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଖୋଜ ଯୁବକଙ୍କ ମୃତଦେହ ନାଳରୁ ୨ ଦିନ ପରେ ଉଦ୍ଧାର

ନିଖୋଜ ଯୁବକଙ୍କ ମୃତଦେହ ନାଳରୁ ୨ ଦିନ ପରେ ଉଦ୍ଧାର

Read More...

ସିବିଏସଇ ପରୀକ୍ଷାରେ ୮୯ ପ୍ରତିଶତ ସଫଳତାର ସହ ବିଦ୍ୟାଳୟ ପାଇଁ କୃତିତ୍ୱ ଆଣିଛନ୍ତି ଛାତ୍ରଛାତ୍ରୀ

ସିବିଏସଇ ପରୀକ୍ଷାରେ ୮୯ ପ୍ରତିଶତ ସଫଳତାର ସହ ବିଦ୍ୟାଳୟ ପାଇଁ କୃତିତ୍ୱ ଆଣିଛନ୍ତି ଛାତ୍ରଛାତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: