ଜୀବନ ଯୁଦ୍ଧ ସହ ସଂଗ୍ରାମ କରି ଜୀବନ ହାରିଲେ କରୋନା ଯୋଦ୍ଧା ଶିକ୍ଷକ

July 17, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଜୀବନ ଯୁଦ୍ଧ ସହ ସଂଗ୍ରାମ କରି ଜୀବନ ହାରିଲେ କରୋନା ଯୋଦ୍ଧା ଶିକ୍ଷକ
Kiran Behera
[ Reporter,Digapahandi ]
Bhagyaprabha News Bureau
July 17, 2020

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କେ . ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷକ ବଂଶୀଧର ବେହେରା ଶୁକ୍ରବାର ପୂର୍ବାହ୍ନରେ କରୋନା ଯୋଗୁଁ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ସେବା କରି ଜୀବନ ଯୁଦ୍ଧ ସହ ସଂଗ୍ରାମ କରିଥିବା ବେଳେ ଶେଷରେ ନିଜ ଜୀବନ ହରାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଦିଗପହଣ୍ଡି ଫୁଲସୁନ୍ଦରୀ ସାହି ବାସିନ୍ଦା ଜଣେ ଜଣାଶୁଣା ତଥା ଶାନ୍ତ ସ୍ଵଭାବ ବଂଶୀଧର ଦିଗପହଣ୍ଡି ବ୍ଳକ କେ. ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ବର୍ତ୍ତମାନ କରୋନା ମହାମାରୀର କରାଳ ରୂପ ଯୋଗୁଁ ବାହାର ରାଜ୍ୟରୁ ଫେରି ଆସିଥିବା ପ୍ରବାସୀଙ୍କ ସୁରକ୍ଷା ପ୍ରଦାନ ଲାଗି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଶିକ୍ଷକ ଜଣକ କାର୍ଯ୍ୟ କରୁଥିବା ସଙ୍ଗରୋଧ କେନ୍ଦ୍ରରେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଅହରହ ସେବା ଯୋଗାଇ ଦେଇ ଆସୁଥିଲେ । ଗତ ରବିବାର ଦିନ ଘରର ନିଜ ପିତା , ଭଣଜା ଓ ବଂଶୀଙ୍କୁ ଜ୍ବର , କାଶ ଓ ଥଣ୍ଡା ହୋଇଥିବା ବେଳେ ସମସ୍ତଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା । ମଙ୍ଗଳବାର ଦିନ ଶିକ୍ଷକ ଜଣକ ପଜିଟିଭ ଆସିଥିବା ବେଳେ ପିତା ଓ ଭଣଜାଙ୍କ ନେଗେଟିଭ ଆସିଥିଲା । ଏହାପରେ ଶିକ୍ଷକଙ୍କୁ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି । ଶିକ୍ଷକଙ୍କ ଏଭଳି ଅକାଳ ବିୟୋଗରେ ସମଗ୍ର ଦିଗପହଣ୍ଡି ସହର ତଥା ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି । ଶିକ୍ଷକ ଜଣକ ଜଣେ ମେଳାପି , ଛାତ୍ରବତ୍ସଳ , ନିତିନିଷ୍ଠ , କର୍ତ୍ତବ୍ୟ ପରାୟଣ, ପରୋପକାରୀ ବ୍ୟକ୍ତି ଭାବେ ସହରରେ ପରିଚିତି ହାସଲ କରିଥିବା ବେଳେ ତାଙ୍କରି ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଦିଗପହଣ୍ଡି ଅଞ୍ଚଳବାସୀ ମର୍ମାହତ ହୋଇଛନ୍ତି । ଶିକ୍ଷକଙ୍କ ବିୟୋଗରେ ମାନ୍ୟବର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର , ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ , ବିଡିଓ ହଳଧର ଶବର , ବିଇଓ ବସନ୍ତ କୁମାର ପଣ୍ଡା , ଏବିଇଓ ବିଶ୍ରବା ପାଇକ ,ବାଳା ମାଝୀ, ରସାନନ୍ଦ ଘଡେଇ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାବତ , ଶିକ୍ଷକ ସଂଘ ସଭାପତି ବାୟା ଗୌଡ ,ସମ୍ପାଦକ ଗଣେଶ ପାଢୀ , ଉପଦେଷ୍ଟା ଦାମୋଦର ପାଢୀ , ଶିକ୍ଷକ ବୃନ୍ଦ ସନାତନ ପଟ୍ଟନାୟକ , ଜିତୁ ଶ୍ରୀହରି , ଗଣେଶ ପାତ୍ର , ଶ୍ରୀହରି ମହାନ୍ତି ଏବଂ ଗ୍ରାମ ସଭାପତି ବି .ବାଲାଜୀ ରେଡ୍ଡୀ , ତାଙ୍କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଶିକ୍ଷକ ଜଣକ ଦୀର୍ଘ ଦିନ ଧରି ସଙ୍ଘରୋଧ କେନ୍ଦ୍ରରେ ପ୍ରବାସୀଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହିଥିବାରୁ ଶିକ୍ଷକଙ୍କୁ ଜଣେ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ପାଇଁ ସାଧାରଣରେ ଦାବୀ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୭୧୮ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୭୧୮ କରୋନା ପଜିଟିଭ୍ ଟିହ୍ନଟ

Read More...

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: