ବାସୁଦେବପୁରରେ ବ୍ୟାପକ ସଚେତନ ନେଇ ଶୋଭାଯାତ୍ରା କାର୍ଯ୍ୟକ୍ରମ

July 17, 2020, ଓଡ଼ିଶା, ଗଞ୍ଜାମ, Kiran Behera
ବାସୁଦେବପୁରରେ ବ୍ୟାପକ ସଚେତନ ନେଇ ଶୋଭାଯାତ୍ରା କାର୍ଯ୍ୟକ୍ରମ
Kiran Behera
[ Reporter,Digapahandi ]
Bhagyaprabha News Bureau
July 17, 2020

କରୋନା ସଂକ୍ରମଣ ଭୂତାଣୁ ଗଞ୍ଜାମ ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କ ପାଇଁ ବର୍ତ୍ତମାନ କାଳ ସଦୃଶ ରୂପେ ଊଭା ହୋଇଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ସାହୁଙ୍କ ନେତୃତ୍ୱରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ଶାଖା ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକର ବାସୁଦେବପୁର ଓ ଛୋଟରାଏପୁର ଅଞ୍ଚଳରେ କରୋନା ଠାରୁ ଦୂରେଇ ରହିବା ନିମନ୍ତେ ଆଜି ସ୍ଥାନୀୟ ପ୍ରସାଶନ ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ପାଇଁ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବା ଜଣାପଡିଛି । ଏଥିସହ " ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ଵ " କାର୍ଯ୍ୟକ୍ରମ ଜରିଆରେ ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ , କୋଭିଡ ୧୯ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚ ରବିନ୍ଦ୍ର ପାଢୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଦ୍ଧବ ସ୍ୱାଇଁ ସମେତ ଅଙ୍ଗନୱାଡି ଓ ଆଶାକର୍ମୀ ଉପସ୍ଥିତ ରହି ଉଭୟ ଗ୍ରାମର ସାହି ସାହି ପରିଭ୍ରମଣ କରି ସଚେତନତା ସଚେତନତା ମାଧ୍ୟମରେ ଜିଲ୍ଲା ପ୍ରଶାସନ ନିୟମକୁ ମାନି ଚଳିବା ସହ ଘରେ ରୁହନ୍ତୁ ନିଜ ପରିବାରକୁ ଏଭଳି କରୁଣ ବିପତ୍ତି ଦାଉରୁ ସୁରକ୍ଷିତ ରୁହନ୍ତୁ ବୋଲି ଅନୁରୋଧ କରିଥିଲେ । ଏଥିସହ ଘରୁ ବାହାରିବା ସମୟରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ପରାମର୍ଶ ଦେଇ ଫେରିଥିଲେ । ଏହିପରି କାର୍ଯ୍ୟକ୍ରମ ଗତକାଲି ବ୍ଳକର ସିଦ୍ଧେଶ୍ୱର ଗ୍ରାମରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ

Read More...

ଲକଡାଉନବେଳେ ଖୋଲିବ ବ୍ୟାଙ୍କ

ଲକଡାଉନବେଳେ ଖୋଲିବ ବ୍ୟାଙ୍କ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: