ଅବସରପ୍ରାପ୍ତ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

July 19, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଅବସରପ୍ରାପ୍ତ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
Kiran Behera
[ Reporter,Digapahandi ]
Bhagyaprabha News Bureau
July 19, 2020

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଧିନସ୍ଥ ପୋଡାମାରୀ ଗ୍ରାମର ଜଣେ ସୁନାମଧନ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ସାହୁଙ୍କ ଗତକାଲି ବିଳମ୍ବିତ ରାତିରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ମୃତ ପୂର୍ବତନ ଶିକ୍ଷକ ସ୍ଥାନୀୟ ପୋଡ଼ାମାରୀ ଚୈତନ୍ୟ ବିଦ୍ୟାପୀଠରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଶେଷରେ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିଲେ । ଏହାପରେ ପୂର୍ବତନ ଶିକ୍ଷକ ଜଣକ ନିଜ ମନକୁ ପରିବର୍ତ୍ତନ କରି ଲୋକମାନଙ୍କ ସେବା କରିବା ମନୋଭାବ ନେଇ ସମାଜ ସେବା ମଧ୍ୟ କରିଥିଲେ । ସେହିପରି ପୋଡ଼ାମାରୀ କଲ୍ୟାଣ ସମିତି ସଭାପତି ରୂପେ ଦୀର୍ଘ ବର୍ଷ ଧରି ଦାୟିତ୍ଵ ତୁଲାଇଥିଲେ । ଶିକ୍ଷକ ଜଣକ , ଛାତ୍ରବତ୍ସଳ , ମେଳାପୀପରୋପକାରୀ , ପରିବେଶ ପ୍ରେମୀ ଭାବରେ ସଦାସର୍ବଦା ଗ୍ରାମର ବିକାଶକୁ ତ୍ବରାନ୍ବିତ ପାଇଁ ଆଗ୍ରହୀ ହେଉଥିଲେ । ସ୍ବର୍ଗତ ସାହୁ ସାରଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅଞ୍ଚଳବାସୀ ମର୍ମାହତ ହୋଇଥିବା ଜଣାପଡିଛି । ଏଥିସହ ଅଞ୍ଚଳରେ ଶିକ୍ଷାର ଅଭିବୃଦ୍ଧି , ଗ୍ରାମର ବିକାଶ ଦିଗରେ ସ୍ବର୍ଗତ ସାହୁଙ୍କ ଅବଦାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପୋଡ଼ାମାରୀ କଲ୍ୟାଣ ସମିତି ସଭାପତି , ଶିକ୍ଷା କମିଟି ସଦସ୍ୟ , ସାନଖେମୁଣ୍ଡି ମଧୁ ବୈଷ୍ୟ ସମାଜର ସକ୍ରିୟ କାର୍ଯ୍ୟକର୍ତ୍ତା ହିସାବରେ କରିଥିବା କାର୍ଯ୍ୟାବଳୀ ନେଇ ସ୍ମରଣ କରିଛନ୍ତି । ଏହି ଦୁଃଖଦ ମୁହୂର୍ତରେ ଈଶ୍ୱର ପବିତ୍ର ଆତ୍ମାକୁ ସଦଗତି ପ୍ରଦାନ ସହିତ ସୋକସନ୍ତପ୍ତ ପରିବାରକୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ କଲ୍ୟାଣ ସମିତିର ଉପଦେଷ୍ଟା ଶ୍ରୀ ହଦୁବନ୍ଧୁ ଚୌଧୁରୀ ,ଓକିଲ ଚନ୍ଦ୍ରଧ୍ଵାଜ ସିଂ ,ଶିକ୍ଷାବିତ୍ ତଥା ସମାଜସେବୀ ଶ୍ରୀ ଭାସ୍କର ପାଢ଼ୀ ,ରାମେଶ୍ବର ପତ୍ର ,ଶତୃଘ୍ନ ଜେନାଙ୍କ ସହ ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଅଞ୍ଚଳ ଅଧିବାସୀଙ୍କ ତରଫରୁ ଭଗବାନଙ୍କ ଠାରେ ବିନୀତ ପ୍ରାର୍ଥନା କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ ସୁନା ଚେନ୍ ଜବତ

ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ ସୁନା ଚେନ୍ ଜବତ

Read More...

୪ ଜିଲ୍ଲାରେ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

୪ ଜିଲ୍ଲାରେ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: