ସଟଡ଼ାଉନରେ ବେଧଡକ ଭାବେ ଆନ୍ଧକୁ ଗୋଚାଲାଣ , ୩ ଅଟକ

July 19, 2020, ଅପରାଧ, ଗଞ୍ଜାମ, Kiran Behera
ସଟଡ଼ାଉନରେ ବେଧଡକ ଭାବେ ଆନ୍ଧକୁ ଗୋଚାଲାଣ , ୩ ଅଟକ
Kiran Behera
[ Reporter,Digapahandi ]
Bhagyaprabha News Bureau
July 19, 2020

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଏନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସଟଡ଼ାଉନ ଓ ଲକଡାଉନ ଭଳି କଟକଣା ବଳବର୍ତ୍ତର ହୋଇଛି । ଏହାର ଭରପୁର ଫାଇଦା ଉଠାଇ ଅସାମାଜିକ ବ୍ୟକ୍ତିମାନେ ରାତାରାତି ମଦଠାରୁ ଆରମ୍ଭ କରି ଗୋଚାଳାଣ କରୁଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ଥାନା ପାଣ୍ଡିରି ଗ୍ରାମ ନିକଟରେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ ଭ୍ଯାନରେ ୨୭ ଗୋଟି ଗାଇକୁ ଲଦାଲଦି କରି ଚିକିଟି ବ୍ଲକ ଦେଇ ଆନ୍ଧ୍ର ଚାଲାଣ କରୁଥିବା ଜଣାପଡିଛି । ତେବେ ରାତି ପ୍ରାୟ ୩ ଘଣ୍ଟା ସମୟରେ ବ୍ଳକର ପାଣ୍ଡିରି ଓ ଚିଲାଡି ମଧ୍ୟ ରାସ୍ତାରେ କେ. ନୂଆଗାଁ ଥାନା ପୋଲିସ ପେଟ୍ରୋଲି କରୁଥିବା ସମୟରେ ପୋଲିସର କଡା ନଜରରେ ଫସିଥିଲେ । ଗାଈ ଗୁଡିକୁ ଅମଣିଷ ଭାବେ ବଡ଼ କଦର୍ଯ୍ୟ ଭାବେ ଚାଲାଣ ହୋଉଥିବା ଦୃଶ୍ୟମାନ ହେଉଥିଲା । ଘଟଣାକ୍ରମେ ନୂଆଗାଁ ପୋଲିସ ସମସ୍ତ ଗାଇଗୁଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଚାଲାଣ ୩ ଗାଡ଼ିକୁ ଜବତ କରିଥିବା ବେଳେ ୩ ଜଣକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ତେବେ ସେହି ଚାଲାଣକାରୀଙ୍କ ମଧ୍ୟରୁ ଜଣଙ୍କ ହେପଜାତରେ ଗାଇଗୁଡିକ ଦେଇଥିବା ବେଳେ ଗାଡି ଗୁଡିକୁ ନୂଆଗାଁ ଥାନାରେ ଅଟକ ରଖିଛନ୍ତି। ଏନେଇ ଥାନା କେସ ନଂ ୧୬୨/ ୨୦ ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୃତୀୟ ଥର ପାଇଁ ସଟଡ଼ାଉନ ଘୋଷଣା ହେଲା ପଦ୍ମନାଭପୁର ଗ୍ରାମ

ତୃତୀୟ ଥର ପାଇଁ ସଟଡ଼ାଉନ ଘୋଷଣା ହେଲା ପଦ୍ମନାଭପୁର ଗ୍ରାମ

Read More...

ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ ସୁନା ଚେନ୍ ଜବତ

ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ ସୁନା ଚେନ୍ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: