ସପ୍ତାହକ ମଧ୍ୟରେ କରୋନା ନେଲା ପରିବାରର ୩ ଜୀବନ : ଆତଙ୍କିତ ଦିଗପହଣ୍ଡି

July 21, 2020, ଓଡ଼ିଶା, ଗଞ୍ଜାମ, Kiran Behera
ସପ୍ତାହକ ମଧ୍ୟରେ କରୋନା ନେଲା ପରିବାରର ୩ ଜୀବନ : ଆତଙ୍କିତ ଦିଗପହଣ୍ଡି
Kiran Behera
[ Reporter,Digapahandi ]
Bhagyaprabha News Bureau
July 21, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଥାନୀୟ ବସଷ୍ଟାଣ୍ଡ ବାସ କରୁଥିବା ଗୋଟିଏ ପରିବାରର ୩ଟି ଜୀବନ ନେଇଛି କରୋନା ମହାମାରୀ ଏକ ସପ୍ତାହ ମଧ୍ୟରେ । ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ରହୁଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ବସଷ୍ଟାଣ୍ଡର ଇଲୋକ୍ଟ୍ରନିକ୍ସ୍ ଦୋକାନ କରିଥିବା ରିଙ୍କୁ ଓରଫ ଇ.ଜିତେନ୍ଦ୍ର ପାତ୍ରଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତରେ ଶିକାର ହୋଇ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ବୁଧବାର ସକାଳେ ପ୍ରଥମେ ରିଙ୍କୁଙ୍କ ମାଆ ଜାନକୀ ପାତ୍ର ପରେ ରବିବାର ଦିନ ବାପା କୃଷ୍ଣଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ରିଙ୍କୁ (୪୧)ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ମୃତ ରିଙ୍କୁଙ୍କ ସ୍ତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ପରିବାରର ସଦସ୍ୟମାନଙ୍କ ଏଭଳି ମୃତ୍ଯୁରେ ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ପଡିଛନ୍ତି । ରିଙ୍କୁ ଜଣେ ଦିଗପହଣ୍ଡି ସହରର ଯୁବ ବ୍ୟବସାୟୀ , ମେଳାପି, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଭାବେ ଜଣାଶୁଣା ଥିଲେ। ଏଭଳି ପରିବାରର ସଦସ୍ୟମାନଙ୍କ ଦୁଃଖଦ ବିୟୋଗରେ ଦିଗପହଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍ ସେବା

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍ ସେବା

Read More...

ପରଲୋକରେ ପୂର୍ବତନ ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

ପରଲୋକରେ ପୂର୍ବତନ ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: