ତୃତୀୟ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର

March 06, 2019, ଦେଶଦୁନିଆ, , Bhagyaprabha News Bureau
ତୃତୀୟ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର
Bhagyaprabha News Bureau
March 06, 2019




ଇନ୍ଦୌର ଦେଶର ସବୁଠାରୁ ସ୍ୱଚ୍ଛ ସହର । ଆଜି ରାଷ୍ଟ୍ରପତି ଭବନରେ ସ୍ୱଚ୍ଛତା ସର୍ବେକ୍ଷଣ ୨୦୧୯ ଅନୁସାରେ ଦେଶର ସ୍ୱଚ୍ଛ ସହରର ତାଲିକା ଘୋଷଣା ହୋଇଛି । ଏହି ସର୍ଭେରେ ମଧ୍ୟପ୍ରଦେଶର ଇନ୍ଦୌର ସବୁଠାରୁ ସ୍ୱଚ୍ଛ ସହରର ବାଜି ମାରିନେଇଛି । ଏହାକୁ ମିଶାଇ ଇନ୍ଦୌର ସହର ତିନି ଥର ଦେଶର ସ୍ୱଚ୍ଛ ସହରର ମାନ୍ୟତା ହାସଲ କରିଛି । ସବୁଠୁ ସ୍ୱଚ୍ଛ ରାଜଧାନୀ ତାଲିକାରେ ଶୀର୍ଷରେ ଭୋପାଳ ରହିଛି । ସେହିପରି ୧୦ଲକ୍ଷ ଲୋକ ରହୁଥିବା ସହର ତାଲିକାର ପ୍ରଥମରେ ଅହମ୍ମଦାବାଦ ଓ ୫ ଲକ୍ଷରୁ କମ ଲୋକ ରହୁଥିବା ସହର ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି ଉଜ୍ଜେନ । ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ରେ ଉତ୍ତରଖଣ୍ଡର ଗୌଚରକୁ ସବୁଠାରୁ ସ୍ୱଚ୍ଛ ଗଙ୍ଗା ସହର ବୋଲି ଘୋଷଣା କରାଯାଇଛି । ସେହିପରି ନୂଆଦିଲ୍ଳୀ ମୁନିସିପାଲଟି କାଉନସିଲକୁ ସ୍ୱଚ୍ଛ ଛୋଟ ସହର ଭାବେ ଘୋଷଣା କରାଯାଇଛି । ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂଖ୍ୟା ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ରାଜ୍ୟର ସମ୍ମାନ ଅହମ୍ମଦାବାଦକୁ ମିଳିଛି । ସେପଟେ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ର ତାଲିକା ପ୍ରକାଶ ପାଇବା ପରେ ଇନ୍ଦୋରବାସୀଙ୍କୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରି ଅଭିନ୍ଦନ ଜଣାଇଛନ୍ତି । ଲଗାତର ତୃତୀୟ ଥର ପାଇଁ ‘କ୍ଲିନେଷ୍ଟ୍ ସିଟି’ ସମ୍ମାନ ପାଇଥିବାରୁ ଇନ୍ଦୋରବାସୀଙ୍କୁ ମୋର ହୃଦୟଭରା ଅଭିନନ୍ଦନ ବୋଲି ସେ ଟୁଇଟ୍ କରି କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଡିଏ ଅଧ୍ୟକ୍ଷ ହେଲେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା

ବିଡିଏ ଅଧ୍ୟକ୍ଷ ହେଲେ ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା

Read More...

କଂଗ୍ରେସ ଜନତାଙ୍କ ପିଠିରେ ଛୁରି ମାରି ସରକାର ଗଠନ କରିଛି - ମୋଦୀ

କଂଗ୍ରେସ ଜନତାଙ୍କ ପିଠିରେ ଛୁରି ମାରି ସରକାର ଗଠନ କରିଛି - ମୋଦୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: