ଆସନ୍ତାକାଲିଠାରୁ ବିଭିନ୍ନ ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

March 07, 2019, ଓଡ଼ିଶା, , Bhagyaprabha News Bureau
 ଆସନ୍ତାକାଲିଠାରୁ  ବିଭିନ୍ନ ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ
Bhagyaprabha News Bureau
March 07, 2019

ଆସନ୍ତାକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୫ହଜାର ଅଗ୍ନିଶମ କର୍ମଚାରୀ । ବିଭିନ୍ନ ଦାବି ନେଇ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସରକରା ବାରମ୍ବାର ସେମାନଙ୍କୁ ପତିଶ୍ରୁତି ଦେଇ ଦାବି ପୂରଣ କରୁନଥିବା ସଂଘ ଅଭିଯୋଗ କରିଛି । ୨୦୧୮ସେପ୍ଟେମ୍ବରରେ ଆନ୍ଦୋଳ କରିଥିବା ଅଗ୍ନିଶମ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ନେଇ ସରାକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ତାହା ପୂରଣ କରିନାହାନ୍ତି । ଆଲୋଚନାକୁ ୫ମାସ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା କର୍ମଚାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।ଓଡ଼ିଶା ପୁଲିସ୍ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଅଗ୍ନିଶମ ବିଭାଗରେ ଠିକା ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ଫାୟାରମ୍ୟାନ ଓ ହାବିଲଦାର ସଂଘର ପଞ୍ଜିକରଣ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରିବା ଦାବି ନେଇ କର୍ମଚାରୀମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ସମାଧାନ ପାଇଁ ଆନ୍ତରିକତା ଦେଖାଉ ନଥିବାରୁ ସେମାନେ ପୁଣି ଥରେ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ ଯଦି କେଉଁଠାରେ କିଛି ଅଘଟଣ ଘଟେ କିମ୍ବା ଧନଜୀବନ ନଷ୍ଟ ହୁଏ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ ଚେତାବାନୀ ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ଓଡିଶା ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଆସନ୍ତାକାଲି ଓଡିଶା ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Read More...

ଜମ୍ମୁ ବସ୍‌ଷ୍ଟାଣ୍ଡରେ ଭୟଙ୍କର ବିସ୍ଫୋରଣ, ୨୮ ଆହତ

ଜମ୍ମୁ ବସ୍‌ଷ୍ଟାଣ୍ଡରେ ଭୟଙ୍କର ବିସ୍ଫୋରଣ, ୨୮ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: