ରାଫେଲ ଡିଲ୍ ଦସ୍ତାବିଜ୍ ଚୋରି ନେଇ ମୋଦିଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

March 07, 2019, ଦେଶଦୁନିଆ, , Bhagyaprabha News Bureau
ରାଫେଲ ଡିଲ୍ ଦସ୍ତାବିଜ୍ ଚୋରି ନେଇ ମୋଦିଙ୍କୁ ଟାର୍ଗେଟ୍ କଲା କଂଗ୍ରେସ
Bhagyaprabha News Bureau
March 07, 2019

ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର ଚୋରୀ ପ୍ରସଙ୍ଗରେ ବୁଧବାର ଦିନ କୋର୍ଟ ରୁମରେ ହୋଇଥିଲା ଯୁକ୍ତିତର୍କ । ରାଫେଲକୁ ନେଇ ସାରା ଦେଶରେ ତମ୍ବିତୋଫାନ ଚାଲିଥିବା ବେଳେ ଏହି ମାମଲାରେ ଆସିଛି ନୂଆ ମୋଡ଼ । ବୁଧବାର ଦିନ ଏନେଇ ସୁପ୍ରିମକୋର୍ଟରେ ଯୁକ୍ତିତର୍କ ହୋଇଥିଲା । କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଉଥିବା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମିଳିତ ଭାବେ ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ବିଚାରପତି ଏସ୍.କେ.କୌଲ ଓ ବିଚାରପତି କେ.ଏମ୍. ଯୋଶେଫଙ୍କ ତିନିଜଣିଆ ଖଣ୍ଡପୀଠ ।ରାଫେଲ ଡକ୍ୟୁମେଂଟ ଚୋରୀ ପ୍ରସଙ୍ଗରେ ଇଂରାଜୀ ଖବରକାଗଜ ଦି ହିନ୍ଦୁରେ ପ୍ରକାଶିତ ବରିଷ୍ଠ ସାମ୍ବାଦିକ ଏନ୍. ରାମଙ୍କ ଲେଖାକୁ ଉଲ୍ଲେଖ କରି ପ୍ରଶାନ୍ତ ଭୂଷଣ ଯୁକ୍ତି ଆରମ୍ଭ କରିଥିଲେ । ଏହାକୁ ବିରୋଧ କରିଥିଲେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ।। ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତି ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ କଂଗ୍ରେସର ଅଭିଯୋଗରେ ସତ୍ୟତା ରହିଛି । ରାଫେଲ ଡିଲ୍ ସମ୍ପର୍କିତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ଏବଂ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ । କୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଏହାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଖବରକାଗଜ ରିପୋର୍ଟ ଛାପି ଅଦାଲତ ଅବମାନନା କରିଛି ବୋଲି ସେ ଅଭିଯୋଗ ଆଣିଥିଲେ । ଏବଂ ଏଥିପାଇଁ ଖବରକାଗଜ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ ।ତେବେ ଏନେଇ ଏଫଆଇଆର ହୋଇନଥିବାରୁ ଉଦବେଗ ପ୍ରକାଶ କରିଥିଲେ କୋର୍ଟ । ସରକାର କଣ ପଦକ୍ଷେପ ନେଇଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି । ଏବଂ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତି ଶୁଣାଣି ଆସନ୍ତା ୧୪ ତାରିଖରେ ହେବ । ସେପଟେ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ପାଲଟା ଜବାବ ରଖିଛି ବିଜେପି । ଦଳ କହିଛି ରାହୁଲ ସବୁବେଳେ ମିଛ କୁହନ୍ତି । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲ ଆଉ କେତେ ରାଗ ଓଗାଳିବେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାର୍କର ନୂଆ ନିର୍ଦ୍ଦେଶକ ହେଲେ ଅଜିତ କୁମାର ମହାନ୍ତି

ବାର୍କର ନୂଆ ନିର୍ଦ୍ଦେଶକ ହେଲେ ଅଜିତ କୁମାର ମହାନ୍ତି

Read More...

ସୁପ୍ରିମକୋର୍ଟରେ ନିଜ ଭୁଲ ମାନିଲେ ପ୍ରଶାନ୍ତ ଭୂଷଣ

ସୁପ୍ରିମକୋର୍ଟରେ ନିଜ ଭୁଲ ମାନିଲେ ପ୍ରଶାନ୍ତ ଭୂଷଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: