ବେରୁଟର ବନ୍ଦର ଅଞ୍ଚଳରେ ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ

August 05, 2020, ଦେଶଦୁନିଆ, , BHAGYAPRABHA NEWS
ବେରୁଟର ବନ୍ଦର ଅଞ୍ଚଳରେ  ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 05, 2020

ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଗତକାଲି ହୋଇଥିବା ଭୟାନକ ବିସ୍ଫୋରଣରେ ୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହି ଛୋଟ ଦେଶଟିର ପ୍ରାୟ ସମସ୍ତ ଅଞ୍ଚଳକୁ ଏହାର ଶବ୍ଦ ଶୁଣାଯାଇଥିଲା। ଏପରିକି ସେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ସାଇପ୍ରସ୍‌ର ରାଜଧାନୀ ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା।ଏହି ବିସ୍ଫୋରଣ ଯୋଗୁ ଆଖପାଖର ଅନେକ ବଡ଼ ବଡ଼ ଅଟ୍ଟାଳିକା ଦୋହଲି ଯିବା ସହିତ କ୍ଷତିଗ୍ରସ୍ତ ହୋଇଛି। ବନ୍ଦର ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବହୁଦୂର ପର୍ଯ୍ୟନ୍ତ ଥିବା ଘରଦ୍ୱାର, ଗାଡ଼ି ମୋଟର ଓ ରାସ୍ତାଘାଟ ଆଦି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳ ଠାରୁ ଅନେକ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଝରକା, କବାଟ ଭାଙ୍ଗି ଥିବା ଦେଖିବାକୁ ମିଳିଛି। ବନ ବେରୁଟ୍‌ର ଅନେକ ଲୋକ କହିଛନ୍ତି ଯେ ବିସ୍ଫୋରଣ ଦେଖି ସେମାନେ ଭାବି ନେଇଥିଲେ ଯେ ପରମାଣୁ ବୋମା ବିସ୍ଫୋରଣ ହୋଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Read More...

କୋଭିଡ ଯୋଦ୍ଧାଙ୍କ ପାଇଁ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରିବାକୁ ଅପିଲ

କୋଭିଡ ଯୋଦ୍ଧାଙ୍କ ପାଇଁ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରିବାକୁ ଅପିଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: