ଶହୀଦ୍ କୋଭିଡ୍ ଯୋଦ୍ଧା ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା

August 05, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଶହୀଦ୍ କୋଭିଡ୍ ଯୋଦ୍ଧା ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 05, 2020

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ରାଜ୍ୟର ସହୀଦ୍ କୋଭିଡ୍ ଯୋଦ୍ଧାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସିଟି ହାଇ ସ୍କୁଲ ରୋଡ୍ ମାନସ ଭବନ ସମ୍ମୁଖରେ ଆଜି ସନ୍ଧ୍ୟା ଛଅ ଘଟିକା ସମୟରେ ଏକ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଯାଇଛି । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଅମର ଆତ୍ମା ମାନଙ୍କର ସଦ୍ଗତି କାମନା ପୂର୍ବକ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସର୍ବଶ୍ରୀ ଭଗବାନ ସାମଲ, ନୀଳମାଧବ ଜେନା, କୁନୁ ବେହେରା, ଲକ୍ଷ୍ମୀ ନାରାୟଣ ସାମଲ, ମହେନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ତ୍ୟାଗପୂତ କର୍ତ୍ତବ୍ୟ ପରାୟଣତା ଓ ଆତ୍ମ ବଳିଦାନ ପ୍ରତି ସମ୍ମାନ ପ୍ରଦର୍ଶନ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଓ କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସରଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାୟକ ଏସ୍‌. ପି. ବାଲସୁବ୍ରମଣ୍ୟମ  କରୋନା ପଜିଟିଭ ଚିହ୍ନଟ

ଗାୟକ ଏସ୍‌. ପି. ବାଲସୁବ୍ରମଣ୍ୟମ କରୋନା ପଜିଟିଭ ଚିହ୍ନଟ

Read More...

ଅକ୍ଟୋବରରେ ଖୋଲିବ ନନ୍ଦନକାନନ

ଅକ୍ଟୋବରରେ ଖୋଲିବ ନନ୍ଦନକାନନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: