ରବିନ ହୁଡ୍ ଆର୍ମି ସଂଘ ପକ୍ଷରୁ ଦିଗପହଣ୍ଡି ଅଞ୍ଚଳରେ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

August 10, 2020, ଓଡ଼ିଶା, ଗଞ୍ଜାମ, Kiran Behera
ରବିନ ହୁଡ୍ ଆର୍ମି ସଂଘ ପକ୍ଷରୁ ଦିଗପହଣ୍ଡି ଅଞ୍ଚଳରେ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 10, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ କିଛି ପଞ୍ଚାୟତରେ ସୋମବାର ଦିନ ବ୍ରହ୍ମପୁରର ରବିନ ହୁଡ୍ ଆର୍ମି ନାମକ ଏକ ସଂଗଠନ ପକ୍ଷରୁ ଗରିବ ଅସହାୟ ଲୋକମାନଙ୍କୁ ସହାୟତା କରିବା ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି । ଖବରପ୍ରକାରେ , ବର୍ତ୍ତମାନ ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକମାନେ ନିଜର ଜୀବନ ଜୀବିକା ହରାଇ ପରିବାର ପେଟପୋଷଣ ପାଇଁ ଖାଦ୍ୟାଭାବ ଦେଖା ଦେଇଥିବା ନଜରି ଆସୁଛି । ସରକାର ପକ୍ଷରୁ ଯୋଗ୍ଯ ହିତାଧିକାରୀଙ୍କୁ ଯାହା ଆର୍ଥିକ ସହାୟତା ମିଳିଥିଲେ ମଧ୍ୟ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଇତି ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ଯ ଏବେ ଲୋକେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି । ଏଭଳି ମହାମାରୀ ବିପର୍ଯ୍ୟୟ ସମୟରେ ସଂଘର ସଭାପତି ବିଜୟ ବଗାରିଆ ଏବଂ ଏ. ଅନିଲ କୁମାରଙ୍କ ନେତୃତ୍ବରେ ସଂଘର ଅନ୍ଯ ସଦସ୍ୟ ମାନେ ସହାୟତା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି । ଏନେଇ ସୋମବାର ସକାଳୁ ସଦସ୍ୟ ମାନେ ପଦ୍ମନାଭପୁର ପଞ୍ଚାୟତର ପଦ୍ମନାଭପୁର , ମଙ୍ଗରାଜପୁର ଗ୍ରାମର ହରିଜନ ସାହିରେ ପହଞ୍ଚି ପ୍ରାୟତଃ ୨୪୦ ପକେଟ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହିପରି କଇଠଡା , ଗୁହାଳପୁର , କଲ୍ଯାଣପୁର , ବାଗଡା ଭଳି କିଛି ଗ୍ରାମରେ ମଧ୍ୟ ଗରିବମାନଙ୍କୁ ସହାୟତା କରିଥିଲେ । ଏନେଇ ସଂଘ ପକ୍ଷରୁ ସର୍ବମୋଟ ୪୨୬ ଟି ଶୁଖିଲା ଖାଦ୍ୟ ପକେଟ ବଣ୍ଟନ କରାଯାଇଛି । ଏହି ବଣ୍ଟନ ସମୟରେ ପଦ୍ମନାଭପୁର ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ୟ ସୁଶାନ୍ତ ସେଠୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍କ ଚରଣ ଲେଙ୍କା , ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ ସମେତ ସଂଘ ସଦସ୍ୟ ଦାମୋଦର ଭୂୟାଁ , ଦେବାଶିଷ ଆଚାର୍ଯ୍ୟ , ଅକ୍ଷୟ ମିଶ୍ର , ଶୁଭ୍ରଜିତ ସାହୁ , ସରଗମ ସୁବୁଦ୍ଧି , ବାଦଲ ରାଉତ , ମିରା ଦେବୀ , ଶିବବ୍ରତ ପାତ୍ର , ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ରାଜଧାନୀରେ ୧୩୩ କରୋନା ପଜିଟିଭ୍‌ ଚିହ୍ନଟ

ଆଜି ରାଜଧାନୀରେ ୧୩୩ କରୋନା ପଜିଟିଭ୍‌ ଚିହ୍ନଟ

Read More...

ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା

ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: