ଏମକେସିଜୀ ମେଡ଼ଭିଜିଅନ ପକ୍ଷରୁ ଦକ୍ଷିଣାଞ୍ଚଳ ଆରଡିସ୍ ଙ୍କୁ ଦାବିପତ୍ର ପ୍ରଦାନ

August 10, 2020, ଶିକ୍ଷା, ଗଞ୍ଜାମ, Swadhina Kumar Sahu
ଏମକେସିଜୀ ମେଡ଼ଭିଜିଅନ ପକ୍ଷରୁ ଦକ୍ଷିଣାଞ୍ଚଳ ଆରଡିସ୍ ଙ୍କୁ ଦାବିପତ୍ର ପ୍ରଦାନ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 10, 2020

ମେଡିକାଲ ବିଦ୍ୟାର୍ଥୀଙ୍କର ଫି ଛାଡ କରିବା ପାଇଁ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ମେଡିଭିଜିଅନ ଏମକେସିଜୀ ଶାଖା ପକ୍ଷରୁ ଦକ୍ଷିଣାଂଚଳ ଅରଡିସି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି। ସାମ୍ପ୍ରତିକ କରୋନା ମହାମାରୀ ସମୟ ରେ ସମ୍ପୂର୍ଣ୍ଣ ସମାଜ ଆଜି ଆର୍ଥିକ ଅନଟନ ଭିତରେ ଗତି କରୁଛି । କରୋନା ମହାମାରୀ ଦ୍ୱାରା ଘରର ଆର୍ଥିକ ମେରୁଦଣ୍ଡବି ଭଙ୍ଗିପଡିଛି । ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ମେଡିକାଲ ବିଦ୍ୟାର୍ଥୀ ଆୟାମ ମେଡିଭିଜିଅନ ଓଡ଼ିଶା ଶାଖା ପକ୍ଷରୁ ଓଡ଼ିଶାର ସମସ୍ତ ମେଡିକାଲ କଲେଜର ୩ ହଜାର ରୁ ଅଧିକା ବିଦ୍ୟାର୍ଥୀ ମାନଙ୍କୁ ନେଇ କରାଯାଇଥିବା ସର୍ଭେ ରେ ୯୫ ପ୍ରତିଶତ ଛାତ୍ର ଛାତ୍ରୀଙ୍କର ଘରର ପରିସ୍ଥିତି ସଂଗୀନ ଦେଖିବାକୁ ମିଳିଛି , ଅଭିଭାବକ ମାନେ ଚାକିରି ହରାଇଥିବା ତଥ୍ୟ ସାମ୍ନାକୁ ଆସିଛି । ତେଣୁ କୋର୍ସର ଫି କିଛି ପ୍ରତିଶତ ଛାଡ କରିବା ପାଇଁ ମେଡିଭିଜିଅନ ନେତୃତ୍ୱରେ ଓଡ଼ିଶାର ସମସ୍ତ ସରକାରୀ ମେଡିକାଲ କଲେଜ ର ଛାତ୍ର ସଂସଦ ସଭାପତି ଓ ସମ୍ପାଦକ ମିଳିତ ଭାବ ରେ ମେଡିକଲ୍ କଲେଜ ଡିନ୍ ,ମାନନୀୟ ରାଜ୍ୟପାଳ, ସ୍ଵାସ୍ଥ୍ୟ ବିଭାଗର ମନ୍ତ୍ରୀ ପାଖରେ ଦାବି ପତ୍ର ପ୍ରଦାନ କରାଯାଇଛି। ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ଯଥା ଟୁଇଟର , ଫେସବୁକ ମାଧ୍ୟମରେ ମଧ୍ୟ ଏହି ଦାବି ଜୋର ଧରିଛି ।ଏହି ଅନଲାଇନ ଆନ୍ଦୋଳନରେ ଏମକେସିଜି, କଟକର ଏସ୍ସିବି ,ସମ୍ବଲପୁରର ବୁର୍ଲା ସମେତ ସମସ୍ତ ସରକାରୀ ମେଡିକାଲ ବିଦ୍ୟାର୍ଥୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ମେଡିକାଲ ବିଦ୍ୟାର୍ଥୀ ଫି ଛାଡ଼ କରିବା ପାଇଁ ଆଜି ଏଵିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ,ଏମକେସିଜୀର ଡାକ୍ତରୀ ଛାତ୍ର ବିଭୁନନ୍ଦନ ଷଡ଼ଙ୍ଗୀ, ଅଙ୍କିତ ପାଣି , ଲଳିତ କୁମାର, ଅକ୍ଷୟ କୁଣ୍ଡୁ ପ୍ରମୁଖ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ସହିତ ସରକାର ଏହି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

Read More...

ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରିୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: