ଆଣ୍ଟିଜେନ ଟେଷ୍ଟ କେନ୍ଦ୍ର ପରିଦର୍ଶନ କଲେ ବ୍ଳକ ପ୍ରଶାସନ : ୧୨୯ ଜଣଙ୍କ ସ୍ବାବ ସଂଗ୍ରହ

August 11, 2020, ଓଡ଼ିଶା, ଗଞ୍ଜାମ, Kiran Behera
ଆଣ୍ଟିଜେନ ଟେଷ୍ଟ କେନ୍ଦ୍ର ପରିଦର୍ଶନ କଲେ ବ୍ଳକ ପ୍ରଶାସନ : ୧୨୯ ଜଣଙ୍କ ସ୍ବାବ ସଂଗ୍ରହ
Kiran Behera
[ Reporter,Digapahandi ]
Bhagyaprabha News Bureau
August 11, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଡା ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚାଲିଥିବା ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରକୁ ମଙ୍ଗଳବାର ଦିନ ସ୍ଥାନୀୟ ପ୍ରଶାସନ ପରିଦର୍ଶନ କରି ଫେରିଥିବା ଜଣାପଡିଛି । ଖବରପ୍ରକାରେ , କରୋନା ମହାମାରୀ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜନସାଧାରଣଙ୍କ ସୁରକ୍ଷା ଲାଗି ବିଭିନ୍ନ ପଦକ୍ଷେପ ଅବଲମ୍ବନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ସରପଞ୍ଚ ଭୀମସେନ ସାହୁ ନିଜ ପଞ୍ଚାୟତର ଜନସାଧାରଣଙ୍କୁ କରୋନା ଠାରୁ ଦୂରେଇ ରଖିବା ଏବଂ ପଞ୍ଚାୟତକୁ କରୋନା ମୁକ୍ତ କରିବା ପାଇଁ ଡାକ୍ତରୀ ଟିମ ଦ୍ଵାରା ଲୋକମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଇଥିଲେ । ଏନେଇ ମଙ୍ଗଳବାର ମଧ୍ୟାହ୍ନରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ , ବିଡ଼ିଓ ହଳଧର ଶବର କେନ୍ଦ୍ର ବୁଲିବା ସହ ସ୍ଥିତି ପରଖି ଫେରିଥିବା ଜଣାପଡିଛି । କଇଠଡା ପଞ୍ଚାୟତର ୧୨୯ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪୨ ଜଣ ଗର୍ଭବତୀ ମହିଳା ରହିଥିବା ଜଣାପଡିଛି । ବିଭିନ୍ନ ରୋଗର ଲକ୍ଷଣ ଥିବା ଡାକ୍ତରୀ ଟିମ ଦ୍ଵାରା ୧୨୯ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ସ୍ବାବ ସଂଗ୍ରହ କରାଯାଇଥିଲା । ଏହି ଟେଷ୍ଟ ସମୟରେ ସରପଞ୍ଚ ଶ୍ରୀ ସାହୁ ସମେତ ଡଃ . ନିବେଦିତା ନନ୍ଦ , ଅଙ୍ଗନୱାଡ଼ି ସୁପରଭାଇଜର ଇନ୍ଦିରା ମହାପାତ୍ର , ଗ୍ରାମ ରୋଜଗାର ସେବକ ସନ୍ତୋଷ ପାତ୍ର , ଅଙ୍ଗନୱାଡ଼ି , ଆଶାକର୍ମୀ , ଏଏନଏମ ଓ କୋଭିଡ ମନିଟର ସଦସ୍ୟ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିବା ଜଣାପଡିଛି । ଏଭଳି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥବାରୁ ପଞ୍ଚାୟତବାସୀ ଓ ନିୟୋଜିତ ଷ୍ଟାପ ସଦସ୍ଯଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପୂନର୍ବାର ଏହି କାର୍ଯ୍ୟକ୍ରମ ପଞ୍ଚାୟତରେ ଜାରି ରହିବ ବୋଲି କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାସ୍କ ନ ପିନ୍ଧି ଯୁକ୍ତି କଲେ ଜାଡେଜାଙ୍କ ପତ୍ନୀ ରିବାବା

ମାସ୍କ ନ ପିନ୍ଧି ଯୁକ୍ତି କଲେ ଜାଡେଜାଙ୍କ ପତ୍ନୀ ରିବାବା

Read More...

ଗଞ୍ଜାମରେ କରୋନା ସ୍ଥିତିରେ ଆସିଛି ଉନ୍ନତି

ଗଞ୍ଜାମରେ କରୋନା ସ୍ଥିତିରେ ଆସିଛି ଉନ୍ନତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: