ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ବାପ-ପୁଅ ଗିରଫ

August 11, 2020, ଅପରାଧ, ଗଞ୍ଜାମ, Kiran Behera
ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ବାପ-ପୁଅ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
August 11, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରୀ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ପୋଲିସ ପୂର୍ବରୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଭୀଷ୍ମଗିରି ଗ୍ରାମ ନାଳବନ୍ଧ ସାହିର ଟୁନା ମହାନ୍ତି (ବାପା) ଓ ଏବଂ ଶିବ ମହାନ୍ତି (ପୁଅ) ଉଭୟଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରପ୍ରକାରେ , ଗତ ବୁଧବାର ଅପରାହ୍ନ ତଥା ସ୍ପଷ୍ଟ ଦିବାଲୋକରେ ଗ୍ରାମରଗଣେଶ ମହାନ୍ତି ଓ ତାଙ୍କ ବାପା ହରିବନ୍ଧୁ ମହାନ୍ତି ଘର ବାରଣ୍ଡାରେ ବସିଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଖଳ ପ୍ରକୃତିର ଲୋକ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ସୁସ୍ଥ ହୋଇ ଫେରିବା ପରେ ଏନେଇ ଗଣେଶ ଓ ହରିବନ୍ଧୁ ଦିଗପହଣ୍ଡି ଥାନାରେ ଅଭିଯୁକ୍ତ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପ୍ରକାରେ ଦିଗପହଣ୍ଡି ଥାନା ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ସହ ନିୟମାନୁଯାୟୀ କରୋନା ପରୀକ୍ଷା କରାଯାଇଥିଲା । ତେବେ ମଙ୍ଗଳବାର ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଥାନା କେସ ନଂ ୧୬୪/୨୦ ଅନୁଯାୟୀ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତ ବାପ , ପୁଅ ଦୁହିଁଙ୍କୁ ଦିଗପହଣ୍ଡି ଉପ କାରାଗାରକୁ ପଠାଇ ଦିଆଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଙ୍ଗାଲୁରୁ ହିଂସାରେ ୨ ମୃତ, ୬୦ ପୋଲିସ କର୍ମୀ ଆହତ,

ବେଙ୍ଗାଲୁରୁ ହିଂସାରେ ୨ ମୃତ, ୬୦ ପୋଲିସ କର୍ମୀ ଆହତ,

Read More...

ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ୨୪ ଲକ୍ଷ ଟଙ୍କା ଲୁଟ୍

ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ୨୪ ଲକ୍ଷ ଟଙ୍କା ଲୁଟ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: