ପତାଣ୍ଡ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରରେ ଗଞ୍ଜାମ ଜିଲ୍ଲାପାଳ

August 13, 2020, ଓଡ଼ିଶା, ଗଞ୍ଜାମ, Kiran Behera
ପତାଣ୍ଡ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରରେ ଗଞ୍ଜାମ ଜିଲ୍ଲାପାଳ
Kiran Behera
[ Reporter,Digapahandi ]
Bhagyaprabha News Bureau
August 13, 2020

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ ଦିନିକିଆ ଦିଗପହଣ୍ଡି ଗସ୍ତରେ ଆସି ବ୍ଳକର କୁଶପଡା ପଞ୍ଚାୟତର ପତାଣ୍ଡ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଚାଲିଥିବା ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରର ସ୍ଥିତି କିଭଳି ରହିଛି ସମୀକ୍ଷା କରିଥିବା ଜଣାପଡିଛି । ଖବରପ୍ରକାରେ , ବର୍ତ୍ତମାନ କରୋନା ମହାମାରୀ ଆକ୍ରାନ୍ତ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ହ୍ରାସ ପାଇ ଆସୁଥିଲେ ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରିଥବା ସହ ସ୍ଥାନୀୟ ବ୍ଲକ ପ୍ରଶାସନ ମାନଙ୍କୁ ପଞ୍ଚାୟତ ଗୁଡିକରେ ଆଣ୍ଟିଜେନ ଟେଷ୍ଟ କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ସରପଞ୍ଚମାନେ ନିଜ ନିଜର ପଞ୍ଚାୟତର ଜନସାଧାରଣଙ୍କୁ କରୋନା ଠାରୁ ଦୂରେଇ ରଖିବା ଏବଂ ପଞ୍ଚାୟତକୁ କରୋନା ମୁକ୍ତ କରିବା ପାଇଁ ଡାକ୍ତରୀ ଟିମ ଦ୍ଵାରା ଲୋକମାନଙ୍କ ଆଣ୍ଟିଜେନ ଟେଷ୍ଟ ନେଇ ପ୍ରଥମେ ଲୋକମାନଙ୍କ ପଞ୍ଜିକରଣ କରାଇଥିବା ଜଣାପଡିଛି । ଗତ ଦୁଇଦିନ ମଧ୍ୟରେ ପଞ୍ଚାୟତର ପତାଣ୍ଡ ଓ ଆଖପାଖ ଅଞ୍ଚଳରୁ ୩୯୪ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ୨୦ ଜଣଙ୍କ ସ୍ଳାବଟେଷ୍ଟ ମଧ୍ୟ କରାଯାଇଥିଲା । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର , କୋଭିଡ ୧୯ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ , ଅଙ୍ଗନୱାଡ଼ି ସୁପରଭାଇଜର ଭାଗ୍ଯଲତା ବେହେରା , ଗ୍ରାମ ରୋଜଗାର ରଞ୍ଜନ ପ୍ରଧାନ , ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକ , ଶିକ୍ଷକ ଶୁକାନ୍ତ କିଶୋର ସାହୁ , ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ , ଏଏନଏମ ଓ କୋଭିଡ ମନିଟର ସଦସ୍ୟ ଶିକା . ସିମାଞ୍ଚଳ , ଆର୍ . ଚନ୍ଦନ , ଚିଙ୍କୁ ପଟ୍ଟନାୟକ , ରାଜା ଗୈାଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାନଖେମୁଣ୍ଡିରୁ ଦ୍ବାଦଶ ବିଜ୍ଞାନ ପରୀକ୍ଷାରେ ଛାତ୍ରୀ ରୋଜି ରାଣୀ ଟପ୍ପର

ସାନଖେମୁଣ୍ଡିରୁ ଦ୍ବାଦଶ ବିଜ୍ଞାନ ପରୀକ୍ଷାରେ ଛାତ୍ରୀ ରୋଜି ରାଣୀ ଟପ୍ପର

Read More...

ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ ସନ୍ତୋଷଙ୍କୁ ଆର୍ଥିକ ସହାୟତା ପ୍ରଦାନ

ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ ସନ୍ତୋଷଙ୍କୁ ଆର୍ଥିକ ସହାୟତା ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: