କୋଭିଡ୧୯ କଟକଣା ନିୟମକୁ ଉଲ୍ଲଂଘନ କରୁଥିବା ଅମାନିଆ ଠାରୁ ଜୋରିମାନା ଆଦାୟ

August 14, 2020, ଓଡ଼ିଶା, ଗଞ୍ଜାମ, Kiran Behera
କୋଭିଡ୧୯ କଟକଣା ନିୟମକୁ ଉଲ୍ଲଂଘନ କରୁଥିବା ଅମାନିଆ ଠାରୁ ଜୋରିମାନା ଆଦାୟ
Kiran Behera
[ Reporter,Digapahandi ]
Bhagyaprabha News Bureau
August 14, 2020

ଗଞ୍ଜାମ ଜିଲ୍ଲାରେ କରୋନାକୁ ନେଇ ଅସମ୍ଭାଳ ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍ କରିଥିବା ବେଳେ ଗ୍ରାମରୁ ସହରାଞ୍ଚଳ ଓ ସହରାଞ୍ଚଳରୁ ଗ୍ରାମକୁ ଯିବା ଆସିବା ପାଇଁ ଲୋକମାନଙ୍କ ଉପରେ କଟକଣା ଜାରି କରିଛନ୍ତି ‌। ଏହି ଅବସରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ପୋଲିସ ପକ୍ଷରୁ ଦିଗପହଣ୍ଡି - ବ୍ରହ୍ମପୁର ଚେକ୍ ଗେଟ ନିକଟରେ ଯାତାୟାତ କରୁଥିବା ଯାନବାହାନ ଯାଞ୍ଚ କଡାକଡି କରାଯାଇଥିବା ଜଣାପଡ଼ିଛି । ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଦିଗପହଣ୍ଡି ଥାନାରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଏସଆଇ ଶସ୍ମିତା ସେଠୀ ଓ ପୋଲିସ କର୍ମଚାରୀମାନେ ଉକ୍ତ ଫାଟକରେ ମୁତୟନ ରହି ଉଭୟ ପାର୍ଶ୍ବରୁ ଆସୁଥିବା ସମସ୍ତ ଗାଡିକୁ କଡାକଡି ଟିକିନିଖ ତନଖି ଯାଞ୍ଚ କରୁଥିବା ଜଣାପଡିଛି । ଏଥିସହ ସହର ଠାରୁ ଆରମ୍ଭ କରି ମୁଖ୍ୟ ଛକ ମାନଙ୍କରେ ପୋଲିସ ଜଗି ରହି ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ବୁଲୁଥିବା ଅମାନିଆ ଯୁବକମାନଙ୍କୁ ନ ବୁଲିବା ପାଇଁ ସଚେତନ କରାଉଛନ୍ତି । ଏହି ଅବସରରେ ଅମାନିଆ ଯୁବକ ଠାରୁ ୪ ହଜାର ୪ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ସୁନିଧି ଚୌହାନ

ହାପି ବାର୍ଥ ଡେ ସୁନିଧି ଚୌହାନ

Read More...

୩ ଦିନ ଲଗାତର ବର୍ଷିବ

୩ ଦିନ ଲଗାତର ବର୍ଷିବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: