ପୃଥକ ସ୍ଥାନରୁ ୧୬ ଲିଟର ଚୋରା ରନ୍ଧାମଦ ଜବତ

August 15, 2020, ଅପରାଧ, ଗଞ୍ଜାମ, Kiran Behera
ପୃଥକ ସ୍ଥାନରୁ ୧୬ ଲିଟର ଚୋରା ରନ୍ଧାମଦ ଜବତ
Kiran Behera
[ Reporter,Digapahandi ]
Bhagyaprabha News Bureau
August 15, 2020

ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଅତର୍କିତ ଚଢାଉ କରାଯାଇ ୧୬ ଲିଟର ଚୋରା ରନ୍ଧାମଦ ଜବତ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ଶୁକ୍ରବାର ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ବିଭାଗ ଉପ ନୀରିକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ମୌଳାଭଞ୍ଜା , ମେଘଝୋଳି ଓ ଜକମେରିପଲ୍ଲୀ ଗ୍ରାମମାନଙ୍କରେ ମଦବେପାରୀ ମାନେ ଗ୍ରାମର ଲୁଟାବୁଦାରେ ଲୁଚାଇ ରଖି ବେଆଇନ ଭାବେ ଚୋରା ରନ୍ଧାମଦ ବିକ୍ରି କରୁଥିବା ବିଶେଷ ସୁତ୍ରରୁ ଖବରପାଇ ଚଢ଼ାଉ କରି ଥଣ୍ଡା ପାନୀୟ ବୋତଲରେ ଭର୍ତ୍ତି ଥିବା ୧୬ ଲିଟର ମଦକୁ ଜବତ କରିଥିଲେ । ହେଲେ ପୂର୍ବରୁ ଖବରପାଇ ମଦବେପାରୀ ମାନେ ଗିରଫ ଭୟରେ ଉକ୍ତ ସ୍ଥାନକୁ ଛାଡି ସେଠାରୁ ପଳାଇଥିବା ଜଣାପଡିଛି । ଏନେଇ ଅବକାରୀ ମାମଲା ନଂ - ୩୭/୨୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ଚଢାଉ ଧରପଗଡରେ ଦିଗପହଣ୍ଡି ଅବକାରୀ ବିଭାଗ ଉପ ନୀରିକ୍ଷକ ଅଭିରାମ ସାହୁ ସମେତ ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ନିରଞ୍ଜନ ବେହେରା , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା ,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

Read More...

ଦିଗପହଣ୍ଡିରେ କରୋନା ତୁ ଫେରିଯା ଉଦ୍ଦେଶ୍ୟରେ ବୁଲିଲା ସଚେତନତା ରଥ

ଦିଗପହଣ୍ଡିରେ କରୋନା ତୁ ଫେରିଯା ଉଦ୍ଦେଶ୍ୟରେ ବୁଲିଲା ସଚେତନତା ରଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: