ବଲାଙ୍ଗିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଜାପିତ

August 16, 2020, ଓଡ଼ିଶା, ବଲାଙ୍ଗୀର, Gupteswar Prusty
ବଲାଙ୍ଗିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଜାପିତ
Gupteswar Prusty
[ Reporter-balangir ]
Bhagyaprabha News Bureau
August 16, 2020

ଓଡ଼ିଶା ମୋ' ପରିବାର ତରଫରୁ ବିଜୁ ଜନତା ଦଳ ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ୟ୍ୟକ୍ରମ ବଲାଙ୍ଗିରରେ ମଧ୍ୟ ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଓ ରାଜ୍ୟର ସାଧାରଣ ସଂପାଦକ କଳିକେଶ ନାରାୟଣ ସିଂହଦେଓ ଓ ଯୁବନେତାଅର୍କେଶ ନାରାୟଣ ସିଂହଦେଓଙ୍କ ତତ୍ତ୍ୱାବଧାନ ତତା ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥୀଙ୍କ ସଂଯୋଜନାରେ ତିନି ଦିନ ଧରି ରକ୍ତଦାନ ଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଏହାର ତୃତୀୟ ଦିବସ ହୋଇଥିବା ବେଳେ ଏହା ଉଦ୍‌ଯାପିତ ହୋଇଯାଇଛି । ଆଜି ବଲାଙ୍ଗିର ପୌରାଂଚଳରୁ ବିଭିନ୍ନ ରକ୍ତଦାତାମାନେ ଆସି ସ୍ୱେଚ୍ଛାକୃତ ଭାବେ ଏହି ଶିବିରରେ ରକ୍ତଦାନ କରିଥିଲେ । ଶିବିର ଶେଷ ହେବା ସମୟରେ ଏହା ସମୁଦାୟ ୨୩୬ ୟୁନିଟ୍‌କୁ ପହଂଚିଥିଲା । ରକ୍ତଦାନ କରିବା ପାଇଁ ଦଳ ତରଫରୁ ବିଭିନ୍ନ ବାର୍ତ୍ତା ଓ ସ୍ଲୋଗାନ ଦିଆଯାଇଥିଲା, ଯାହା ଆଜି ଶହ ଶହ ଲୋକଙ୍କ ରକ୍ତଦାନରେ ସଫଳ ହୋଇଛି । ଏହାସହ ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲା ବନବିଭାଗ ପକ୍ଷରୁ ଚାରା ପ୍ରଦାନ କରାଯାଇଛି, ଯାହା ଆଗାମୀ ଦିନରେ ଆମ ସହରରେ ପ୍ରକୃତିକୁ ଆହୁରି ବଳିଷ୍ଠ କରି ଗଢ଼ି ତୋଳିବ ବୋଲି ଆଶା କରାଯାଉଛି । ପ୍ରକାଶ ଯୋଗ୍ୟ ଯେ, ଅଗଷ୍ଟ ୧୩ ପ୍ରଥମ ଦିନରେ ସ୍ଥାନୀୟ ପେଲେସ ଲାଇନ୍‌ଠାରେ ଥିବା ମୀନା ଟେଣ୍ଡହାଉସ୍‌ଠାରେ ଏହି ରକ୍ତଦାନ ଶିବିର ଉଦ୍‌ଘାଟିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ଓ ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ରାଜ୍ୟ ସଂଯୋଜକ ଅରୂପ ପଟ୍ଟନାୟକ ଯୋଗ ଦେଇ ଏହି କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟରେ ଯେମିତି ରକ୍ତର ଅଭାବ ଦେଖା ନଦେବ, ତା' ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।ପ୍ରତିଦିନ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଶିବିର ପ୍ରଥମ ଦିନରେ ହିଁ ୧୧୦ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥୀ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଦ୍ୱିତୀୟ ଦିନର ଶିବିରକୁ ଉଦ୍‌ଘାଟିତ କରିଥିଲେ । ଦ୍ୱିତୀୟ ଦିନର ଏହି ଶିବିରରେ ମୁଖ୍ୟତଃ ଦେଓଗାଁ ବ୍ଲକ୍‌ର ସ୍ୱେଚ୍ଛାସେବୀମାନେ ଆସି ରକ୍ତଦାନ କରିଥିଲେ । ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷା ରୀନା ମେହେର, ବିଡ଼ିସିସି ଚେୟାରମେନ୍‌ ଲକ୍ଷ୍ମଣ ମେହେର ଓ ବ୍ଲକ୍‌ ସଭାପତି ସୁଶୀଲ ଚାନ୍ଦଙ୍କ ନେତୃତ୍ୱରେ ସର୍ବାଧିକ ୧୯୧ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଶିବିର ସଫଳ ହୋଇଥିଲା । ଆଜି ତୃତୀୟ ଓ ଅନ୍ତିମ ଦିବସରରେ ଉପସଭାପତି ଅନଙ୍ଗଉଦୟ ସିଂହଦେଓ ଓ ତାଙ୍କ ପୁତ୍ର କଳିକେଶ ଏବଂ ଅର୍କେଶ ଆସି ଏହି ରକ୍ତଦାନ ଶିବିରକୁ ଉଦ୍‌ଯାପିତ କରିବାର ଯୋଜନା ଥିଲା । କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁଁ ସେମାନେ ଶିବିରକୁ ପହଂଚି ପାରି ନଥିବା ବେଳେ ଉପସ୍ଥିତ ଦଳୀୟ କର୍ମୀ ଓ ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥୀଙ୍କୁ ଉଦ୍‌ଯାପନୀ କାର୍ୟ୍ୟକ୍ରମର ସମସ୍ତ ଦାୟିତ୍ୱ ଦେଇଥିଲେ । ଆଜି ବଲାଙ୍ଗିର ପୌରାଂଚଳର ବିଭିନ୍ନ ରକ୍ତଦାତା ଉତ୍ସାହ ସହିତ ଆସି ସ୍ୱେଚ୍ଛାକୃତ ଭାବେ ସର୍ବାଧିକ ୨୩୬ ୟୁନିଟ୍‌ ରକ୍ତଦାନ କରିଥିଲେ । ଏହା ସହିତ ଗତ ତିନି ଦିନରେ ଏହି ଜୀବନ ବିନ୍ଦୁ ଶିବିର ୫୩୭ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ସଫଳ ହୋଇଥିଲା । ଏହି ଶିବିର କୋଭିଡ ନିୟମକୁ ଆଖିରେ ରଖିବା ସହ ରକ୍ତଦାତାଙ୍କ ସୁବିଧା ବେଶ୍‌ ଖେୟାଲ ରଖାଯାଇଥିଲା । ତିନିଦିନ ଯାକ ହସ୍‌ପିଟାଲ ତଥା ରେଡ଼କ୍ରସର କର୍ମଚାରୀମାନେ ଆସି ରୋଗୀଙ୍କ ସେବା କରିବା ସହିତ ରକ୍ତ ସଂଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେବେ ଲୋକଙ୍କୁ ରକ୍ତଦେବା ପାଇଁ ଆହ୍ୱାନ କରିବା ସହିତ ଉଦାହରଣ ହେବା ପର୍ୟ୍ୟନ୍ତ ଜିଲ୍ଲା ବିଜୁ ଜନତା ଦଳର ବିଭିନ୍ନ କର୍ମୀମାନେ ଦିନରାତି କାମ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ , ଆହୁରି ୨ ଦିନ ବର୍ଷିବ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ , ଆହୁରି ୨ ଦିନ ବର୍ଷିବ

Read More...

ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ବାଜପେୟୀଙ୍କୁ ମନେ ପକାଇଲେ ମୋଦି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: