କରୋନା ଯୋଦ୍ଧା ସ୍ୱର୍ଗତ ବଂଶୀଧରଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ

August 18, 2020, ଓଡ଼ିଶା, ଗଞ୍ଜାମ, Kiran Behera
କରୋନା ଯୋଦ୍ଧା ସ୍ୱର୍ଗତ ବଂଶୀଧରଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 18, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କେ . ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ବଂଶୀଧର ବେହେରାଙ୍କ ଗତ ଜୁଲାଇ ୧୭ ତାରିଖରେ କରୋନାରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦିନ କରୋନା ଯୋଦ୍ଧା ଶିକ୍ଷକଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଖବରପ୍ରକାରେ , ମଙ୍ଗଳବାର ପୂର୍ବାହ୍ନ ୯ ଘଣ୍ଟ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୌଡ ପ୍ରମୁଖ ମୃତ ଶିକ୍ଷକ ସ୍ୱର୍ଗତ ବଂଶୀଧରଙ୍କ ଫୁଲସୁନ୍ଦରୀ ସାହି ସ୍ଥିତ ବାସଭବନକୁ ଯାଇ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ସହଧର୍ମଣୀ ସୁଜାତା ବେହେରାଙ୍କୁ ସହାୟତା ପ୍ରକାରରେ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସର୍କୁଲାର ସଂଖ୍ୟା – ୨୨୦୯୯ ଅନୁଯାୟୀ ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରେରଣ କରାଯାଇଥିଲା । ଏହି ଅବସରରେ ଖୁବଶୀଘ୍ର କୋଭିଡ୍ ୧୯ରେ ବଳିଦାନ ଦେଇଥିବା ସ୍ୱର୍ଗତ ଶିକ୍ଷକ ବଂଶୀଧରଙ୍କ ପରିବାରକୁ ସରକାର ତରଫରୁ ସହାୟତା ପ୍ରାପ୍ୟରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୋରଡା ଥାନା ଅଧିକାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ

ସୋରଡା ଥାନା ଅଧିକାରୀଙ୍କ ପ୍ରଶଂସନୀୟ କାର୍ଯ୍ୟ

Read More...

ପଦ୍ମନାଭପୁର ପଞ୍ଚାୟତରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

ପଦ୍ମନାଭପୁର ପଞ୍ଚାୟତରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: