ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଆଣ୍ଟିଜେନ ଟେଷ୍ଟ ଓ ସ୍ଳାବ ଟେଷ୍ଟ

August 20, 2020, ଓଡ଼ିଶା, ଗଞ୍ଜାମ, Kiran Behera
ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଆଣ୍ଟିଜେନ ଟେଷ୍ଟ ଓ ସ୍ଳାବ ଟେଷ୍ଟ
Kiran Behera
[ Reporter,Digapahandi ]
Bhagyaprabha News Bureau
August 20, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ପଞ୍ଚାୟତର ଲୋକମାନଙ୍କ ମନରୁ କରୋନା ସଂକ୍ରମଣ ଭୟ ଦୂର କରିବା ଉଦ୍ଦେଶ୍ୟରେ ଆଣ୍ଟିଜେନ ଟେଷ୍ଟ ଓ ସ୍ଳାବ ଟେଷ୍ଟ ପରୀକ୍ଷା କରାଯାଇ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇଥିବା ଜଣାପଡିଛି । ଖବରପ୍ରକାରେ , କରୋନା ବିପର୍ଯ୍ୟୟରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ଲୋକମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରିଥିବା ବେଳେ ଆଜି ପଞ୍ଚାୟତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସହମତି ଜଣାଇ ସ୍ଥାନୀୟ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ବ୍ଳକ ଉନ୍ନୟନ ଅଧିକାରୀ ହଳଧର ଶବର , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନରେ ପଞ୍ଚାୟତବାସୀଙ୍କୁ କରୋନା ଠାରୁ ଦୂରେଇ ରଖିବା ଏବଂ ପଞ୍ଚାୟତକୁ କରୋନା ମୁକ୍ତ କରିବା ପାଇଁ ଏକ ଡାକ୍ତରୀ ଟିମ ଦ୍ଵାରା ଲୋକମାନଙ୍କ ଆଣ୍ଟିଜେନ ଟେଷ୍ଟ ଓ ସ୍ଳାବ ଟେଷ୍ଚ କରାଇଥିଲେ । ତେବେ ଆଜି ୧୪୪ ଜଣଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ ଓ ସ୍ଳାବ ଟେଷ୍ଟ କରାଯାଇଥିଲା । ଏହାପରେ ସେମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ରୋଗର ଲକ୍ଷଣ ଥିବା ଡାକ୍ତରୀ ଟିମ ଦ୍ଵାରା ଜଣଙ୍କ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ସ୍ବାବ ସଂଗ୍ରହ କରାଯାଇଥିଲା । ଏହି ଟେଷ୍ଟ ସମୟରେ ସରପଞ୍ଚ ସମେତ ପୂର୍ବତନ ସରପଞ୍ଚ ରାଧାକାନ୍ତ ମହାଙ୍କୁଡ , ସମିତିସଭ୍ୟା ଗାୟତ୍ରୀ ମହାଙ୍କୁଡ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପଣ୍ଡା , ଗ୍ରାମ ରୋଜଗାର ସେବକ ରବିନ୍ଦ୍ର ମହାଙ୍କୁଡ , କୋଭିଡ ମନିଟର ମୁଖ୍ୟ ଲକ୍ଷ୍ମୀ ନାରାୟଣ ପୂଜାରୀ ଅଙ୍ଗନୱାଡ଼ି , ଆଶାକର୍ମୀ , ଏଏନଏମ ଓ କୋଭିଡ ମନିଟର ସଦସ୍ୟ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥବାରୁ ପଞ୍ଚାୟତବାସୀ ଓ ନିୟୋଜିତ ଷ୍ଟାପ ସଦସ୍ଯଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପୂନର୍ବାର ଏହି କାର୍ଯ୍ୟକ୍ରମ ପଞ୍ଚାୟତରେ ଜାରି ରହିବ ବୋଲି ସରପଞ୍ଚ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଠାଘରେ ବୃଦ୍ଧଙ୍କୁ ହତ୍ୟା ମାମଲା : ମାରଣାସ୍ତ୍ର ଜବତ ସହ ଅଜା ହତ୍ୟାକାରୀ ନାତି ଗିରଫ

କୋଠାଘରେ ବୃଦ୍ଧଙ୍କୁ ହତ୍ୟା ମାମଲା : ମାରଣାସ୍ତ୍ର ଜବତ ସହ ଅଜା ହତ୍ୟାକାରୀ ନାତି ଗିରଫ

Read More...

ନିମଖଣ୍ଡିପେଣ୍ଠ ପଞ୍ଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ

ନିମଖଣ୍ଡିପେଣ୍ଠ ପଞ୍ଚାୟତ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: