ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଲା ସୂଚନା ଦେଲେ ଜିଲ୍ଲାପାଳ

August 27, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଲା ସୂଚନା ଦେଲେ ଜିଲ୍ଲାପାଳ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 27, 2020

ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଥିବା ନେଇ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଲାବୋରାଟୋରି ଟେକନିସିଆନ୍ ଟିମକୁ ଧନ୍ୟବାଦ ଦେଇଛନ୍ତି| ଏହାଛଡ଼ା ସେ ବିଡିଓ ଟିମର ବି ପ୍ରଶଂସା କରିଛନ୍ତି।ଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାରେ ମେ ୨ ରୁ କରୋନା ପାଦ ଥାପିଥିଲେ ହେଁ ଏପ୍ରିଲରୁ କୋଭିଡ଼୍ ପରୀକ୍ଷା ଆରମ୍ଭ ହୋଇଛି। ପଅରଦିନ ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ୮୫ହଜାର ୯୭୮ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ବ୍ରହ୍ମପୁର ମହାନଗର ଅଞ୍ଚଳରେ ୧୫ହଜାର ୪୬୬ଜଣଙ୍କ ପରୀକ୍ଷା ହୋଇଥିଲା। ବ୍ଲକ ମଧ୍ୟରେ ବେଲଗୁଣ୍ଠା ବ୍ଲକରେ ସର୍ବାଧିକ ୧୨ହଜାର ୯୮୦ଜଣଙ୍କ ଏବ˚ ଧରାକୋଟରେ ସର୍ବନିମ୍ନ ୪୯୬୨ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ , ଭଞ୍ଜନଗରରୁ ୮୧୪୩, ଜଗନ୍ନାଥ ପ୍ରସାଦ ୬୦୮୩, ବୁଗୁଡ଼ା ୭୦୦୫, ଆସିକା ୯୦୪୦, ପୋଲସରା ୭୪୧୪, ବେଗୁନିଆପଡ଼ା ୮୮୯୪, କବିସୂର୍ଯ୍ୟନଗର ୭୫୫୨, ପୁରୁଷୋତ୍ତମପୁର ୭୫୮୭,ଗଞ୍ଜାମ ୬୧୯୦, ଛତ୍ରପୁର ୭୩୩୮, ରଙ୍ଗେଇଲୁଣ୍ତା ୮୬୨୩, କୁକୁଡ଼ାଖଣ୍ତି ୬୫୬୫, ଚିକିଟି ୭୧୨୮, ପାତ୍ରପୁର ୭୦୩୮, ଦିଗପହଣ୍ତି ୬୩୦୨, ସାନଖେମୁଣ୍ତି ୮୭୭୯, ଶେରଗଡ଼ ୮୨୮୫, ଧରାକୋଟ ୪୯୬୨, ସୋରଡ଼ା ୭୮୯୬, ହିଞ୍ଜଳିକାଟୁ ୮୩୦୭ଜଣ ଓ ଖଲ୍ଲିକୋଟ ଅଞ୍ଚଳର ୮୪୦୧ଜଣଙ୍କ ପରୀକ୍ଷା ହୋଇଥିବାର ସୂଚନା ଦିଆଯାଇଥିଲା।ଜିଲ୍ଲାରେ ହାରାହାରି ଦିନକୁ ୮ ରୁ ୯ ହଜାର କୋଭିଡ଼୍ ପରୀକ୍ଷା ହେଉଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ୨ଲକ୍ଷ ଛୁଇଁବାର ସମ୍ଭାବନା ରହିଥିଲା। ଆରଟିପିସିଆର ଓ ଆଣ୍ଟିଜେନ୍‌ ମିଶି ଉଭୟ ପ୍ରକାର ପରୀକ୍ଷା ହେଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ

Read More...

ଶ୍ରୀଲଙ୍କା ପାଇଁ ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ : ଗୋଟାବାୟ ରାଜପାକ୍ଷେ

ଶ୍ରୀଲଙ୍କା ପାଇଁ ଭାରତ ବେଶ୍ ଗୁରୁତ୍ୱପୂର୍ଣ୍ଣ : ଗୋଟାବାୟ ରାଜପାକ୍ଷେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: