ବେପାରୀଙ୍କ ମୃତଦେହ ଘୋଡାହଡ ନଦୀଗଣ୍ଡରୁ ଭାସମାନ ଅବସ୍ଥାରେ ଉଦ୍ଧାର

September 01, 2020, ଅପରାଧ, ଗଞ୍ଜାମ, Kiran Behera
ବେପାରୀଙ୍କ ମୃତଦେହ ଘୋଡାହଡ ନଦୀଗଣ୍ଡରୁ ଭାସମାନ ଅବସ୍ଥାରେ ଉଦ୍ଧାର
Kiran Behera
[ Reporter,Digapahandi ]
Bhagyaprabha News Bureau
September 01, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ଗ୍ରାମ ନିକଟସ୍ଥ ଘୋଡାହଡ ନଦୀଗଣ୍ଡରୁ ମଙ୍ଗଳବାର ପୂର୍ବାହ୍ନ ୮ ଘଣ୍ଟ ସମୟରେ ଗ୍ରାମର ସିମାଞ୍ଚଳ ସାହୁ (୫୫) ନାମକ ଜଣେ ଜଡିବୁଟିକୁ ଭାସୁମାନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ବଡସାହି ବାସିନ୍ଦା ସିମାଞ୍ଚଳ ପେଷାରେ ଜଣେ ଜଡିବୁଟି ବେପାରୀ । ପ୍ରତ୍ୟେକ ଦିନ ଭଳି ସୋମବାର ଦିନ ଜୁଆଣି ଅର୍କ ବେପାର କରିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଓ ଗ୍ରାମବାସୀ ଗତକାଲି ବିଳମ୍ବିତ ରାତିଯାଏ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ପାଇନଥିଲେ । କିନ୍ତୁ ମଙ୍ଗଳବାର ସକାଳ ୮ ଟାରେ ଗ୍ରାମଦେଇ ପ୍ରବାହିତ ହେଉଥିବା ଘୋଡାହଡ ନଦୀ ଘାଇକୁଡ ଗଣ୍ଡରୁ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ , ସିମାଞ୍ଚଳ ସବୁଦିନ ଭଳି ବେପାର କରି ଫେରୁଥିବା ବେଳେ ବାଟରେ ପଡିଥିବା କାଚବୋତଲ ଗୁଡିକୁ ଆଣି ଉକ୍ତ ନଦୀଗଣ୍ଡରେ ଧୋଇ ଘରକୁ ଫେରୁଥିଲେ । ଘଟଣାପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ କୀର୍ତ୍ତି ଚନ୍ଦ୍ର ଗୈାଡ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଇନଚାର୍ଜ ବଳରାମ ବେହେରାଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନଦୀଗଣ୍ଡରୁ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଡାକ୍ତର ସିମାଞ୍ଚଳକୁ ମୃତ ଘୋଷଣା କରିଥିଲେ । ଘଟଣାପରେ ଦିଗପହଣ୍ଡି ଥାନା ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ମାମଲା ରୁଜୁ କରି ବ୍ରହ୍ମପୁର ବଡଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନିକିଆ ଦିଗପହଣ୍ଡି ଗସ୍ତରେ ବାଚସ୍ପତି : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ

ଦିନିକିଆ ଦିଗପହଣ୍ଡି ଗସ୍ତରେ ବାଚସ୍ପତି : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ

Read More...

ଲକଡାଉନ୍‌ ଘୋଷଣାରେ ଥମିଯାଇଛି ଦେଶର ସମସ୍ତ ଆର୍ଥିକ ଗତିବିଧି, ଜୁଲାଇରେ ହିଁ  ଦେଶର ବଜେଟ୍ ଅନୁମାନକୁ ଅତିକ୍ରମ କରିଯାଇଛି ରାଜସ୍ୱ ନିଅଣ୍ଟ ଆକଳନ !

ଲକଡାଉନ୍‌ ଘୋଷଣାରେ ଥମିଯାଇଛି ଦେଶର ସମସ୍ତ ଆର୍ଥିକ ଗତିବିଧି, ଜୁଲାଇରେ ହିଁ ଦେଶର ବଜେଟ୍ ଅନୁମାନକୁ ଅତିକ୍ରମ କରିଯାଇଛି ରାଜସ୍ୱ ନିଅଣ୍ଟ ଆକଳନ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: