ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା

September 02, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 02, 2020

ଵ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଆଜି କରୋନା ପୋଜିଟିଭ ହୋଇଛନ୍ତି । ସେ ଗତକାଲି ସାମାନ୍ୟ ଅସୁସ୍ଥତା ଅନୁଭବ କରିବା ପରେ ନିଜର କରୋନା ଟେଷ୍ଟ କରିଥିଲେ । ତେବେ ଇତି ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସେ ତୁରନ୍ତ ଆଇସୋଲେସନରେ ରହିବା କିମ୍ବା ଲକ୍ଷଣ ଦେଖାଗଲେ ତୁରନ୍ତ ନିଜର କରୋନା ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି । ସେ ଆଜି ଵ୍ରହ୍ମପୁର ଅଶ୍ୱିନ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଇତି ମଧ୍ୟରେ ବିଧାୟକ ଶ୍ରୀ ପଣ୍ଡାଙ୍କ ପରିବାରର ବାପା ଏବଂ ମା ଙ୍କ ସମେତ ଅନ୍ୟ ସଦସ୍ୟଙ୍କୁ ମଧ୍ୟ କରୋନା ପୋଜିଟିଭ ହୋଇ ଵ୍ରହ୍ମପୁର ଅଶ୍ୱିନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଧାୟକଙ୍କ କିଛି ସହଯୋଗୀ ଏବଂ ସ୍ତାନୀୟ ନେତାଙ୍କୁ ମଧ୍ୟ କରୋନା ପୋଜିଟିଭ ହୋଇଛି । ତେବେ ଏହି ରୋଗରେ କେହି ଭୟଭିତ ନ ହୋଇ ଲକ୍ଷଣ ଦେଖାଦେବା ସଙ୍ଗେସଙ୍ଗେ ନିଜର ଟେଷ୍ଟ କରାଇ ଡ଼ାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି । ସରକାର କରୋନା ରୋଗୀଙ୍କ ପାଇଁ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବା ସହ ସମସ୍ତ ସୁବିଧା କରିଛନ୍ତି । ସରକାରଙ୍କ ଦ୍ୱାରା ନିର୍ଧାରିତ ନିୟମ ମାନିଲେ କରୋନା ହାରିବ ଆମେ ଜିତିବା ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା : ଉଦ୍ଧାର କଲା ଦିଗପହଣ୍ଡି ପୋଲିସ

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା : ଉଦ୍ଧାର କଲା ଦିଗପହଣ୍ଡି ପୋଲିସ

Read More...

ଆଜିଠୁ ରାଜ୍ୟରେ ଗଡ଼ିବ ଓଏସ୍‍ଆର୍‍ଟିସି ବସ୍‍

ଆଜିଠୁ ରାଜ୍ୟରେ ଗଡ଼ିବ ଓଏସ୍‍ଆର୍‍ଟିସି ବସ୍‍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: