ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

September 02, 2020, ଶିକ୍ଷା, , BHAGYAPRABHA NEWS
ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 02, 2020

ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାଗ ନେଇଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୯୮୯ ଶିକ୍ଷା ଆଇନ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଏକକ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ୨୦୦୫ ଆଇନ ପ୍ରଣୟନ କରାଯାଇଥିଲା ଓ ପରେ ପୁଣି ୧୯୮୯ ଆଇନ ଅନୁଯାୟୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଭାବେ ଗଠନ କରାଯାଇଥିଲା।ତେଣୁ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଏଣିକି ରେଭେନ୍ସା ସମେତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ୧୯୮୯ ଆଇନ ଅନୁଯାୟୀ ପରିଚାଳିତ ହେବେ।


୧୯୮୯ ଶିକ୍ଷା ଆଇନରେ ମଧ୍ୟ ଆଜି କ୍ୟାବିନେଟ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଥିବା ବିଷୟଗୁଡିକ ହେଉଛି –
୧. ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଉ ସିନେଟ ବ୍ୟବସ୍ଥା ରହିବ ନାହିଁ, କେବଳ ସିଣ୍ଡିକେଟ ବ୍ୟବସ୍ଥା ରହିବ କିନ୍ତୁ ଏହାକୁ ପ୍ରଭାବଶାଳୀ କରିବା ପାଇଁ କୁଳପତି ଚୟନ କ୍ଷେତ୍ରରେ ଗଠିତ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ଜଣେ ଶିକ୍ଷାବିତ ରହିବେ।
୨. ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଏହାକୁ ଏବେ ୪ ବର୍ଷକୁ ବୃଦ୍ଧି କରାଯାଇଛି।
୩. କୁଳପତି ପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମା ୬୭ ବର୍ଷକୁ ବୃଦ୍ଧି।
୪. ଗୋଟିଏ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ଜଣେ ବ୍ୟକ୍ତି ଦ୍ଵିତୀୟ ଥର ରହିପାରିବେ ନାହିଁ।
୫. ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ଶିକ୍ଷକ କିମ୍ବା ଅଣଶିକ୍ଷକ କର୍ମଚାରୀ ଚୟନ କରିପାରିବେ ନାହିଁ, ଓଡିଶା ପବ୍ଲିକ ସର୍ଭିସ କମିଶନ ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ଚୟନ କରିବେ ଓ ଷ୍ଟେଟ ସିଲେକସନ ବୋର୍ଡ ଅଣଶିକ୍ଷକ କର୍ମଚାରୀ ଚୟନ କରିବେ।
୬. ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ ରିପୋର୍ଟ ଏଣିକି ବିଧାନସଭାରେ ଉପସ୍ଥାପିତ ହେବା ନାହିଁ, ଏହା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡିକ ସେହି ଅଡିଟ ରିପୋର୍ଟଗୁଡିକୁ ସେମାନଙ୍କ ୱେବସାଇଟରେ ତିନି ବର୍ଷ ପାଇଁ ପ୍ରଦର୍ଶିତ କରିବେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଠିତ ସହାୟ ଫାଉଣ୍ଡେସନ (ସୋରଡ଼ା) ତରଫରୁ ଦୁଇ ବୃଦ୍ଧା ଙ୍କୁ ସହାୟତା

ଗଠିତ ସହାୟ ଫାଉଣ୍ଡେସନ (ସୋରଡ଼ା) ତରଫରୁ ଦୁଇ ବୃଦ୍ଧା ଙ୍କୁ ସହାୟତା

Read More...

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା : ଉଦ୍ଧାର କଲା ଦିଗପହଣ୍ଡି ପୋଲିସ

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା : ଉଦ୍ଧାର କଲା ଦିଗପହଣ୍ଡି ପୋଲିସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: