କୃଷକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

September 04, 2020, ଓଡ଼ିଶା, ଗଞ୍ଜାମ, Kiran Behera
କୃଷକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
September 04, 2020

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ପୂର୍ବାହ୍ନରେ ସାନଖେମୁଣ୍ଡି ତହସିଲଦାର ଅମିତ ନାୟକଙ୍କ ଜରିଆରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ବହୁ କୃଷକମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବା ସହ ବ୍ଳକର ସମସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ସାର ଯୋଗାଇଦେବା , ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମସ୍ତ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା , ବେଆଇନ ବାଲି , ମୋରୁମ, ଇଟା ଚାଲାଣ ବନ୍ଦ କରିବା, ଚାଷୀର ଜମିକୁ ନିତିଦିନିଆ ଜଳସେଚନ ବ୍ୟବସ୍ଥା କରିବା, ଖାଲି ପଡିଥିବା ଜମିର ମାଟି ପରୀକ୍ଷା କରି ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ସହାୟତା ଯୋଗାଇଦେବା ଆଦି ଦାବୀ ନେଇ ଭାଜପା କର୍ମକର୍ତ୍ତା ମାନେ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ କରି ଏହି ପ୍ରତିବାଦ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ଯୁବନେତା ଏମ୍. ଚିନ୍ମୟ ରେଡ୍ଡୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୟନ ଶିଳ୍ପ ପାର୍କ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ବୟନ ଶିଳ୍ପ ପାର୍କ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

Read More...

ଖେଳ ପଡିଆ ନିର୍ମାଣକୁ କେନ୍ଦ୍ରକରି ସବର୍ଣ୍ଣ - ଅସବର୍ଣ୍ଣଙ୍କ ମଧ୍ୟରେ ଛକାପଞ୍ଝା ; ଜିଲାପାଳଙ୍କୁ ସ୍ମାରକପତ୍ର

ଖେଳ ପଡିଆ ନିର୍ମାଣକୁ କେନ୍ଦ୍ରକରି ସବର୍ଣ୍ଣ - ଅସବର୍ଣ୍ଣଙ୍କ ମଧ୍ୟରେ ଛକାପଞ୍ଝା ; ଜିଲାପାଳଙ୍କୁ ସ୍ମାରକପତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: