ସ୍କାଉଟ ଓ ଗାଇଡ୍ସ ପକ୍ଷରୁ କରୋନା ସଚେତନ ଓ ସୁରକ୍ଷା ସାମଗ୍ରୀ ବଣ୍ଟନ

September 04, 2020, ଓଡ଼ିଶା, ଗଞ୍ଜାମ, Kiran Behera
 ସ୍କାଉଟ ଓ ଗାଇଡ୍ସ ପକ୍ଷରୁ କରୋନା ସଚେତନ ଓ ସୁରକ୍ଷା ସାମଗ୍ରୀ ବଣ୍ଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
September 04, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍କାଉଟ ଓ ଗାଇଡ୍ସ ପକ୍ଷରୁ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ କରୋନା ସଚେତନତା କାର୍ଯ୍ୟକ୍ରମ ଓ କରୋନା ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡସର ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳୀପ୍ରସାଦ ମିଶ୍ରଙ୍କ ଦ୍ୱାରା ପ୍ରେରିତ କରୋନା ସୁରକ୍ଷା ସାମଗ୍ରୀକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ସଂପାଦକ ଭାଗିରଥୀ ସ୍ୱାଇଁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡସର ଜିଲ୍ଲା ସଗଠନ କମିଶନର ଲକ୍ଷ୍ମୀ ନାରାୟଣ ପଣ୍ଡା , ସ୍କାଉଟ ମାଷ୍ଟର ଲବ ପାଣିଗ୍ରାହୀ ଓ ବମକୋଇ ଶିବାନନ୍ଦ ନୋଡାଲ ହାଇସ୍କୁଲ ଗାଇଡ କ୍ୟାପଟେନ ସସ୍ମିତା ପ୍ରଧାନ , ପୁର୍ଣ୍ଣିମା ଆଚାରୀ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତିର କରୋନା ପିଡୀତ ଅଞ୍ଚଳ ଓ ବିଭିନ୍ନ ହରିଜନ ସାହିର ଲୋକମାନଙ୍କୁ କରୋନା ସଚତନତା କରାଇବା ସହିତ ମାସ୍କ , ସାବୁନ , ସାନିଟାଇଜର , ଗ୍ଲୋବସ , ହ୍ଯାଣ୍ଡୱସ ଇତ୍ୟାଦି କରୋନା ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଥିରେ ବିଇଓ ବାଲା ମାଝୀ , ବିଶ୍ରବା ପାଇକ , ରସାନନ୍ଦ ଘଡାଇ , ବରିଷ୍ଠ ଶିକ୍ଷକ ଏଲ୍. କୃଷ୍ଣମୂର୍ତ୍ତି ଦୋରା ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସିଆରସିସି ମାନେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ସଂକ୍ରମିତ ନେତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କରୋନା ସଂକ୍ରମିତ ନେତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

Read More...

ବୟନ ଶିଳ୍ପ ପାର୍କ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ବୟନ ଶିଳ୍ପ ପାର୍କ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଡ଼ିଓଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: