୧୦ ଦଫା ଦାବି ନେଇ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

September 05, 2020, ଓଡ଼ିଶା, ଗଞ୍ଜାମ, Kiran Behera
୧୦ ଦଫା ଦାବି ନେଇ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
Kiran Behera
[ Reporter,Digapahandi ]
Bhagyaprabha News Bureau
September 05, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ସ୍ଥାନୀୟ ବଜାର ସାହି ଗାନ୍ଧୀଛକ ଠାରେ ସିପିଏମ୍ ତଥା ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ୧୦ ଦଫା ଦାବୀପୂରଣ ନେଇ ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଆଇନଜୀବୀ କୂରେଶୁ ପଣ୍ଡା ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ସିପିଏମ ଜିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ ,ବାମପନ୍ଥୀ ନେତା ଅଶ୍ୱିନୀ ଦାସ ଯୋଗଦେଇ କୃଷକସଭା , ସିଟୁ, କ୍ଷେତ ମଜଦୁର ୟୁନିୟନ ମିଳିତ ଭାବେ ପ୍ରତିବାଦ କରିବା ସହ ଭାଗ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଜମି ମାଲିକଙ୍କ ଠାରୁ ସମ୍ମତି ଆଣିବା ପାଇଁ କରାଯାଇଥିବା ସର୍ତ୍ତକୁ ପ୍ରତ୍ୟାହାର କରିବା , ଭାଗଚାଷୀ ମାନଙ୍କ ଠାରୁ ନିଜସ୍ୱ ଘୋଷଣା ପତ୍ର ଜରିଆରେ ସରକାର ଧାନ କିଣିବା, ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ଦିଆଯାଇଥିବା ଅବଧି ୩୦ ତାରିଖ ପର୍ଯ୍ୟନ୍ତ ବଢାଇବା , ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା , ଆୟ କର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଛଅ ମାସ ପାଇଁ ଯୋଗାଇବା , ମନେରଗା ଯୋଜନାରେ ୨୦୦ ଦିନର କାମ ସହ ୬୦୦ ମଜୁରୀ ଦେବା , ସମସ୍ତ ବେକାରୀକୁ ନିଯୁକ୍ତି ନତୁବା ବେକାରୀ ଭତ୍ତା ଯୋଗାଇବା , ସହରାଞ୍ଚଳ ପାଇଁ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିବା , କୃଷି ବ୍ୟବସାୟ ଚୁକ୍ତିବଦ୍ଧ ଚାଷ , ଅତ୍ୟାବଶକୀୟ ସାମଗ୍ରୀ ଆଇନ ସଂଶୋଧନକୁ ପ୍ରତ୍ୟାହାର କରିବା , ବିଦ୍ୟୁତ ଆଇନ ସଂଶୋଧନକୁ ପ୍ରତ୍ୟାହାର କରିବା ଉଦ୍ଦେଶ୍ୟରେ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦରେ ଉଜ୍ୱଳ ସାହୁ , ନାରସୁ ରେଡ୍ଡୀ , ବି. କାଳିଆ ,ଏ. ମାଧ୍ୟା , ଏ . ପୁରୁଷୋତ୍ତମ , ଏ. ପର୍ଶୁରାମ , ସୁଶାନ୍ତ ଷଡ଼ଙ୍ଗୀ , ପି. ଶିବଶଙ୍କର , ବିଶ୍ୱନାଥ ମହାରଣା ,ଏ. ହରି , ପି . ଗୋବିନ୍ଦ , ଏ. ସୂର୍ଯ୍ୟ ନାରାୟଣ , ଏ. କୂରେଶୁ , ପି. ଶ୍ରୀରମୁଲୁ, ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅସୀମ ଜ୍ୟୋତି ଦାସ ପରିଚାଳନା କରିଥିବା ବେଳେ କର୍ମୀମାନେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଆଘାତରେ ଦୁଇଭାଇ ମୃତ

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଆଘାତରେ ଦୁଇଭାଇ ମୃତ

Read More...

+୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : ଦକ୍ଷିଣାଞ୍ଚଳ ଉତ୍ତୀର୍ଣ୍ଣ ହାର କଳାରେ ୬୧.୨୨ ଶତାଂଶ ଓ ଧନ୍ଦାମୂଳକ ଶିକ୍ଷାରେ ୪୪.୪୪ ଶତାଂଶ

+୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ : ଦକ୍ଷିଣାଞ୍ଚଳ ଉତ୍ତୀର୍ଣ୍ଣ ହାର କଳାରେ ୬୧.୨୨ ଶତାଂଶ ଓ ଧନ୍ଦାମୂଳକ ଶିକ୍ଷାରେ ୪୪.୪୪ ଶତାଂଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: