ବରିଷ୍ଟ ନେତାଙ୍କ ବିୟୋଗରେ ଗଞ୍ଜାମ ବିଜେଡିର ଶୋକ ପ୍ରକାଶ

September 08, 2020, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବରିଷ୍ଟ ନେତାଙ୍କ ବିୟୋଗରେ ଗଞ୍ଜାମ ବିଜେଡିର ଶୋକ ପ୍ରକାଶ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 08, 2020

ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶୋକ ଦିବସ ପାଳିତ ହୋଇ ଯାଇଛି । କିଛି ଦିନ ମଧ୍ୟରେ ଜିଲ୍ଲା ତଥା ରାଜ୍ୟର ବହୁ ବରିଷ୍ଟ ବିଜେଡି ନେତାଙ୍କ ବିୟୋଗ ଘଟିଥିବା ବେଳେ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଦଳର ବରିଷ୍ଟ ନେତା ତଥା ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁ, ଜିଲ୍ଲାର ଜଣେ ଟାଣୁଆ ନେତା ତଥା ଦଳର ଜିଲ୍ଲା ସାଂଗଠନିକ ସମ୍ପାଦକ ହରିକୃଷ୍ଣ ପ୍ରଧାନ, ବ୍ରହ୍ମପୁର ସହରର ବରିଷ୍ଟ ନେତା ଗୋବିନ୍ଦ ବିଷୋୟୀଙ୍କୁ ଏହି ଅବସରରେ ମନେ ପକାଇ ଦଳପାଇଁ ତାଙ୍କର ତ୍ୟାଗ ଓ ନିଷ୍ଟାପରତା ଉପରେ ଆଲୋଚନା କରିବା ସହ ଦୁଇ ମିନଟ ନିରବ ପାର୍ଥନା ମଧ୍ୟ କରିଥିଲେ । ଦଳର ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସୁବାଷ ମହାରଣା, ସମ୍ପାଦିକା ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ଜଗନ୍ନାଥ ସାବତ, ବିଜୟ ସାମଲ, ଭିଷ୍ମାଚାର୍ଯ୍ୟ ଚୌଧୁରି ପ୍ରମୁଖ ଉପସ୍ଥିତ ରହି ସମସ୍ତ ନେତାଙ୍କ ସ୍ମୃତି ଚାରଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟିଆ ହେଲା ଭୁବନେଶ୍ୱର ହେଲ୍ପଲାଇନ୍

୨୪ ଘଣ୍ଟିଆ ହେଲା ଭୁବନେଶ୍ୱର ହେଲ୍ପଲାଇନ୍

Read More...

ପଦ୍ମନାଭପୁରରେ ଜାତୀୟ ପୃଷ୍ଟିକର ସପ୍ତାହ ଦିବସ ପାଳନ

ପଦ୍ମନାଭପୁରରେ ଜାତୀୟ ପୃଷ୍ଟିକର ସପ୍ତାହ ଦିବସ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: