ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

March 11, 2019, ବିଶେଷ, , Bhagyaprabha News Bureau
ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା
Bhagyaprabha News Bureau
March 11, 2019

ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା।ଏହି ଯାତ୍ରା ୩୨ ଦିନ ଧରି ଆୟୋଜିତ ହେବ ।ଯାତ୍ରା ଏପ୍ରେଲ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଶୁଭଖୁଣ୍ଟି ସ୍ଥାପନ ଅବସରରେ ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରା ଙ୍କ ପୁଜକ ତୀର୍ଥୀ ସ୍ଥିର କରିଛନ୍ତି।




ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ରେଶମ ସହର ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀ ଙ୍କ ଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଚଳିତବର୍ଷ ଏହି ଯାତ୍ରା ମାର୍ଚ୍ଚ ମାସର ୨୯ ତାରିଖ ଠାରୁ ଆରମ୍ଭ ହୋଇ ୩୨ ଦିନ ଧରି ଆୟୋଜିତ ହେବ । ବ୍ରହ୍ମପୁର ର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀ ଙ୍କ ଠାକୁରାଣୀ ଯାତ୍ରା ଆସନ୍ତା ମାର୍ଚ୍ଚ ମାସର ୨୯ ତାରିଖ ରାତ୍ର ରୁ ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରା ପାଇଁ ସ୍ଥାପନ ହୋଇଯାଇଛି ଶୁଭଖୁଣ୍ଟି । ଏହି ଅବସରରେ ସହରର ଦେଶୀବେହେରା ସାହିରେ ମାଆ ଙ୍କ ବାପ ଘର ପକ୍ଷରୁ ପୁଜାର୍ଚ୍ଚନା କରାଯିବା ପରେ ସିଦ୍ଧାନ୍ତୀ ବାସୁଦେବ ଶାସ୍ତ୍ରୀଙ୍କ ପକ୍ଷରୁ ଚଳିତ ବର୍ଷ ର ଏହି ଯାତ୍ରା ଦୀର୍ଘ ୩୨ ଦିନ ଧରି ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ଦେଶୀବେହେରା ସାହିରୁ ମାଆଙ୍କ ମୁଖ୍ୟ ମନ୍ଦିରକୁ ଯାଇ ଯାତ୍ରା ପାଇଁ ଚୁଡାନ୍ତ ହୋଇଥିବା ତାରିଖକୁ ଅବଗତ କରିବା ପରେ ସେଠାରେ ଶୁଭଖୁଣ୍ଟି କୁ ଅଣାଯାଇ ପୁଜାର୍ଚ୍ଚନା କରାଯାଇ ଅସ୍ଥାୟୀ ମନ୍ଦିର ସମୁଖରେ ସ୍ଥାପନ କରିଥିଲେ ଯାତ୍ରା ର ମୁଖ୍ୟ ପରିଚାଳକ ଦୁର୍ଗା ପ୍ରସାଦ ଦେଶୀ ବେହେରା । ଶୁଭଖୁଣ୍ଟି ସ୍ଥାପନ ଅବସରରେ ସହରବାସୀ ଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଭିଡ ଜମାଇଥିଲେ ।ବାଜା ପଟୁଆରରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ । ସମସ୍ତେ ଏହି ଯାତ୍ରା କୁ ଅପେକ୍ଷା କରି ରହିଥିବା ବେଳେ ଏଭଳି ଯାତ୍ରା ର ତାରିଖ ସ୍ଥିର ହୋଇଥିବା ରୁ ସହରବାସୀ ବେଶ ଖୁସି ରହିଥିବା ଦେଖାଯାଇଛି । ଚଳିତବର୍ଷ ବ୍ରହ୍ମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ନେଇ ସାରା ସହର ଉତ୍ସବ ମୁଖର ହୋଇପଡିବା କୁ ଥିବା ବେଳେ ସମସ୍ତଙ୍କ ଅପେକ୍ଷା ମାଆ ଙ୍କ ଆଗମନକୁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲାଲ ଗଡରେ ମାଓବାଦୀଙ୍କ ଲାଲ ତାଣ୍ଡବ ,ଠିକା କମ୍ପାନୀର ସୁପର ଭାଇଜରଙ୍କୁ ହତ୍ୟା

ଲାଲ ଗଡରେ ମାଓବାଦୀଙ୍କ ଲାଲ ତାଣ୍ଡବ ,ଠିକା କମ୍ପାନୀର ସୁପର ଭାଇଜରଙ୍କୁ ହତ୍ୟା

Read More...

ଦିଗପହଣ୍ଡିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଦିଗପହଣ୍ଡିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: